
ଭଂଜନଗର, ୨୪.୧୧ : ଆଜି ସ୍ଥାନୀୟ ଘୁମୁସର ବନବିଭାଗ ପରିସର ଠାରେ ଭଂଜନଗର ଅମଲାସଙ୍ଘ ଶାଖାର ଅନ୍ତିମ କ୍ରାନ୍ତି ଅଭିଯାନ ବୈଠକ ଆହୁତ ହୋଇ ଆଗ।ମୀ ତା 27.11.22 ରିଖରେ ହେବାକୁ ଥିବା ରାଜ୍ୟ ଅମଲା ସଙ୍ଘ ସମାବେଶକୁ ସମ୍ପୂର୍ଣ୍ଣ ସଫଳ କରିବା ନିମନ୍ତେ ଅମଲା ମାନେ ଦୃଢ଼ ଶପଥ ନେଇଛନ୍ତି ।ଏହି ବୈଠକକୁ ବନ ବିଭାଗର ମୁଖ୍ୟ ଅମଲା ତଥା ଆଞ୍ଚଳିକ ସମ୍ପାଦକ ଶ୍ରୀ ଅଶୋକ ସାହୁ ଆବାହନ କରିଥିଲାବେଳେ ମୁଖ୍ୟ ପରାମର୍ଶ ଦାତା ଶ୍ରୀ ଶୁଳପାଣି ଶତପଥୀ ଅଧ୍ୟକ୍ଷତା କରି କ୍ରାନ୍ତିକାରୀ ଉଦବୋଧନ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କମଳ ଲୋଚନ ଦୋରା(ଶିକ୍ଷା ବିଭାଗ) ଶ୍ରୀ ଗଙ୍ଗାଧର ସାହୁ(ରାଜସ୍ୱ ବିଭାଗ),ଶ୍ରୀ କାର୍ତ୍ତିକେଶ୍ୱର ବେହେରା(କୃଷି ବିଭାଗ),ଶ୍ରୀ ମନୋଜ କୁମାର ବେହେରା(ରାଜସ୍ୱ ବିଭାଗ) ପ୍ରମୁଖ ଆଲୋଚନାରେ ଭାଗ ନେଇ ଆନ୍ଦୋଳନକୁ ତ୍ବରାନ୍ବିତ କରିବା ପାଇଁ ଡାକରା ଦେଇଥିଲେ ଓ ଏଥିପାଇଁ ଭଂଜନଗର ଛାମୁଆ ଦଳ ସମ୍ପୁର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଥିଲେ। ଭୁବନେଶ୍ବର ରାଜ୍ୟ ସମାବେଶରେ ଯୋଗ ଦେବାପାଇଁ ଗୋଟିଏ ସ୍ୱତନ୍ତ୍ର ବସ ଯାନ ଆଗୁଆ ରିଜର୍ଭ କରାଯାଇଛି ବୋଲି ଜୋନାଲ ସେକ୍ରେଟାରୀ ଶ୍ରୀ ଅଶୋକ ସାହୁଙ୍କ ଠାରୁ ପ୍ରକାଶ । ସମାନ କାମ ଓ ସମାନ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସର୍ବନିମ୍ନ ଗ୍ରେଡପେ 4200 ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ଆଗାମୀ 27 ତାରିଖରେ ଭୁବନେଶ୍ୱର ଠାରେ ଗଣ ଧାରଣା ଦିଆଯିବ ବୋଲି ଏହି ଭବ୍ୟ ଅଭିଯାନ ଅନ୍ତିମ ସୋପାନରେ ପହଞ୍ଚିଛି ବୋଲି ସୂଚନା ହସ୍ତଗତ ହୋଇଛି ।



