ଆସିକା ବିଜ୍ଞାନ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର ଓ ସ୍ବାଗତ ସମ୍ବର୍ଦ୍ଧନା।

212

ଆସିକା,24/11 : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ରାଜନୀତି ବିଜ୍ଞାନ ବିଭାଗର ବିଭାଗମୁଖ୍ୟ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକଙ୍କ ସୁପରିଚାଳନାରେ ଯୁକ୍ତ ତିନି ନୂତନ ଆଗନ୍ତୁକ ରାଜନୀତି ସମ୍ମାନ ଛାତ୍ର-ଛାତ୍ରୀଙ୍କୁ ଆନୁଷ୍ଠାନିକରୂପେ ସ୍ବାଗତ ସମ୍ବର୍ଦ୍ଧନା ସହିତ ଏକ ପାଠଚକ୍ରର ଆୟୋଜନ ହୋଇଯାଇଛି। ସଂଦର୍ଭ ଟି ଥିଲା ମୋଦିଙ୍କ ସମୟରେ ଭାରତ ଏବଂ ଆମେରିକାର ସଂପର୍କ। ଏଥିରେ ମୁଖ୍ୟ ଅତିଥି ତଥା ବକ୍ତା ରୂପେ ସରକାରୀ ନିରଞ୍ଜନ ବାଳିକା ମହାବିଦ୍ୟାଳୟ, ଆସିକା ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡ. ସରୋଜ କୁମାର ଜେନା ଯୋଗ ଦେଇଥିଲେ। ଅଧ୍ୟକ୍ଷ ସର୍ବପ୍ରଥମେ ରାଜନୀତି ବିଜ୍ଞାନର ନୂତନ ଆଗନ୍ତୁକ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ଉକ୍ତ କଲେଜ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ଅନିଲ୍ କୁମାର ପ୍ରଧାନ ତଥା ଅଧ୍ୟାପିକା ସୁଶ୍ରୀ ମିନତୀ ବେହେରା ପାଠଚକ୍ରର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଉକ୍ତ ପାଠଚକ୍ରରେ ସମସ୍ତ ମଞ୍ଚାସୀନ ଅତିଥି ଭାରତର ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାଶ ମୋଦିଙ୍କ ବୈଦେଶୀକ ନୀତିରେ ଭାରତ-ଆମେରିକା ଗଠନମୂଳକ ସଂପର୍କର ଆଲୋଚ଼ନା ଓ ପ୍ରତ୍ୟାଲୋଚନା କରିଥିଲେ। ପାଠଚକ୍ରରେ ଚାରି ଜଣ ଛାତ୍ରଛାତ୍ରୀ ମଧ୍ୟ ସଂଦର୍ଭ ପାଠ କରିଥିଲେ। ପରିଶେଷରେ ରାଜନୀତି ବିଜ୍ଞାନ ସମ୍ମାନ (ଅନ୍ତିମ ବର୍ଷ) ଛାତ୍ର ମୁକେଶ୍ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।