ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବି ଇ ଓ ଙ୍କୁ ଶିକ୍ଷକଙ୍କ ଦାବିପତ୍ର ପ୍ରଦାନ

29

ଧରାକୋଟ,23/11 :ଧରାକୋଟ ବ୍ଲକ ରେ କାର୍ଯ୍ୟରତ ଏକ୍ସ କେଡ଼େର ଶିକ୍ଷକ ସଂଘ ତରଫରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଯୋଗ୍ୟ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ 2019 ମସିହା ପୂର୍ବରୁ ଓ ଟି ଇ ଟି ପାସ କରିଥିବା ବାର ଜଣ ଶିକ୍ଷକ ବର୍ତ୍ତମାନ ସୁଦ୍ଧା କେଡର ଭୂକ୍ତ ହୋଇପାରି ନାହାନ୍ତି । ଏହାଦ୍ବାରା ସେମାନଙ୍କ ପ୍ରମୋସନ୍ ହୋଇ ନପାରିବା ସହ ଟ୍ରେଜେରି ଦରମା ପାଇ ପାରୁନାହାନ୍ତି । ଯାହା ଫଳରେ ଅନ୍ୟାନ୍ୟ ସରକାରୀ ସହାୟତା ରୁ ବଞ୍ଚିତ ହେଉଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ଏହା ପ୍ରତି ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଶିକ୍ଷକ ସନ୍ତୋଷ କୁମାର ସ୍ବାଇଁ,ରାଜୀବ ପ୍ରଧାନ,ଯୋଗେନ୍ଦ୍ର ବେହେରା,ବୁଲୁ ପ୍ରଧାନ, ନମିତା ତ୍ରିପାଠୀ,ନୀଳାଚଳ ମୁନି,ଅରୁଣ ସାହୁ,ସୁଜାତା ସାହୁ ଓ ବେଣୁ ସେଠୀ ପ୍ରମୁଖ ଶିକ୍ଷ୍ୟା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।