Home ଆଞ୍ଚଳିକ ମଦମୁକ୍ତି ଅଭିଯାନ

ମଦମୁକ୍ତି ଅଭିଯାନ

52

ସୁବର୍ଣ୍ଣପୁର,23/11ଓଡ଼ିଶା ରାଜ୍ୟ ମଦ ମୁକ୍ତି ଯୁବ ବାହିନୀ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ଆଜି ଭୀମ ଭୋଇ କଳା ମଣ୍ଡପ ଠାରେ ଓଡିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ବର୍ଗତ ନବ କୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ଏହି ଅବସରରେ ପୁରୁଣା ଟାଉନ୍ ହଲ୍ ଠାରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ମଦର ପ୍ରସାର ପାଇଁ ହେଉଥିବା ସମସ୍ୟା ଉପରେ ବିଭିନ୍ନ ସ୍ଳୋଗାନ ଦେଇ ସଚେତନତା ସୃଷ୍ଟି କରାଯାଇଥିଲା । ଶେଷରେ ଅନୁଷ୍ଠିତ ହୋଇଥିବା ସଭାରେ ସ୍ବର୍ଗତ ନବ କୃଷ୍ଣ ଚୌଧୁରୀ ତାଙ୍କର ମୂଖ୍ୟମନ୍ତ୍ରୀ ସମୟରେ ସେ ନିଶା ମୁକ୍ତ ରାଜ୍ୟ ପାଇଁ ସଂକଳ୍ପ ନେଇ ବିଭିନ୍ନ ପ୍ରକାର ସଂସ୍କାର ଆଣିଥିଲେ । ତେଣୁ ତାଙ୍କ ଆଦର୍ଶ ରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ସୁଦାମ ଗାଇଗରିଆ , ସୋମନାଥ ସିଂହ, ସିନ୍ଧୋଲ ଡିଗ୍ରୀ କଲେଜ ଅଧ୍ୟକ୍ଷ ପବିତ୍ର ବାରିକ୍, ବ୍ୟାସଦେବ ମହାକୁର, ଅଭୟ କୁମାର, ଆଶିଷ କୁମାର ମହାକୁର,ବଉଦ ଜିଲ୍ଲା ରୁ ମହେନ୍ଦ୍ର ମହାକୁଳ, ନବିନ ପାତ୍ର, ପ୍ରଶାନ୍ତ କୁମାର କର୍ଣ୍ଣ, ଗୋପାଳକୃଷ୍ଣ ଥାପା ପ୍ରମୁଖ ଯୋଗ ଦେଇଥିଲେ |