ଆଜି ଦେବଦିପାବଳି ଅମାବାସ୍ୟା ସଗର ବିଜେ କରିବେ ନାରାୟଣ===

39

ପୁରୀ,୨୩/୧୧(ଜିଲ୍ଲା ଖବର) : ଅମାବାସ୍ୟା ପ୍ରତିପଦ ପୂର୍ଶ ହେଲେ ସକାଳ ଧୂପ ପରେ ଏହି ନୀତି ହେବା ନିୟମ । ସକାଳ ଧୂପ ଶେଷ ହେବା ପରେ ଧୋପଖାଳ ହେବା ପରେ ମହାଜନମାନେ ଦକ୍ଷିଣୀ ଘରୁ ଶ୍ରୀନାରାୟଣ ବିଗ୍ରହଙ୍କୁ ଆଣି ସିଂହାସନରେ ବିଜେ କରାନ୍ତି । ଉକ୍ତ ବିଗ୍ରହଙ୍କୁ ଶ୍ରୀଜଗନ୍ନାଥଙ୍କର ଲାଗି ହେଇଥିବା ତୁଳସୀ ମିଶା ଆଜ୍ଞାମାଳ ପୂଜାପଣ୍ଡା ଦିଅନ୍ତି । ଏହା ପରେ ତାଙ୍କୁ ମହାଜନ ନେଇ ଝୁଲଣମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାନ୍ତି । ପାଲିଙ୍କି ବିମାନବଡ଼ମାନେ ବୋହି ସମୁଦ୍ରକୂଳ ସ୍ ର୍ଗଦ୍ବାରକୁ ବିଜେ କରନ୍ତି । ସାଥିରେ ହୋମ ପାଳିଆ ପୂଜାପଣ୍ଡା, ଆସ୍ଥାନ ପଢ଼ିଆରୀ, ଗରାବଡ଼, ଘଣ୍ଟୁଆ, ଛତାର, କାହାଳିଆ ଯାଆନ୍ତି । ସେଠାରେ ଗରାବଡୁ ରୁପା ପିଙ୍ଗଣରେ ସମୁଦ୍ରରୁ ଜଳ ଆଣି ପୂଜାପଣ୍ଡାଙ୍କୁ ଦେଲେ ପୂଜାପଣ୍ଡା ତାହା ସଂସ୍କାର କରି ଠାକୁରଙ୍କୁ ଲାଗି କରାନ୍ତି । ସେଠାରେ ସାବତ ନିଯୋଗ ତରଫରୁ ପଣାଭୋଗ ହୁଏ । ଆଳତି, ବନ୍ଦାପନା ପରେ ଠାକୁରଙ୍କୁ ନେଇ ଯମେଶ୍ବର ମହାଦେବଙ୍କ ମନ୍ଦିର ଭିତର ଗମ୍ଭୀରାରେ ବିଜେ କରାଯାଏ । ସେଠାରେ ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଯାଏ । ପଞ୍ଚପଚାର ପୂଜା ହୁଏ । ଶୀତଳ ଭୋଗ ଓ ବନ୍ଦାପନା ହୁଏ । ଏହାପରେ ଠାକୁରଙ୍କର ବାହୁଡ଼ା ବିଜେ ହୁଏ । ଠାକୁର ଦକ୍ଷିଣୀ ଘରକୁ ବିଜେ କରନ୍ତି । ଆଷାଢ଼ ଅମାବାସ୍ୟାରେ ପ୍ରତିପଦ ସୂର୍ଶ ହେଲେ ମଧ୍ୟ ଏହି ନୀତି ହୁଏ ନାହିଁ ।
⁠ ଏହି ନୀତି ସହ ସଂପୃକ୍ତ ସେବକ ଯଥା
⁠ମହାଜନ, ପୂଜାପଣ୍ଡା, ବିମାନବଡୁ, ହୋମ ପାଳିଆ ପୂଜାପଣ୍ଡା, ଆସ୍ଥାନ ପଢ଼ିଆରୀ, ବାସି ପାଳିଆ ଗରାବଡ଼ୁ, ଘଣ୍ଟୁଆ, ଛତାର ଓ କାହାଳିଆ ।