ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ।

30


ପୁରୀ ୨୧/୧୧ ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ।ମୋଟ ୫୧ ଗୋଟି ଅଭିଯୋଗପତ୍ର ମିଳିଥିବା ବେଳେ ତତକ୍ଷଣାତ ଗୋଟିଏ ଅଭିଯୋଗର ସମାଧାନ କରାଯାଇଥିଲା। ଅନ୍ୟ ଗୁଡିକ ଶୁଣାଣୀ ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମିତ୍ତ ବିଭିନ୍ନ ଅଧିକାରୀ ମାନଙ୍କୁ ପ୍ରେରଣ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣୀ ଶିବିରରେ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅତିରିକ୍ତ ଏସ ପି ଶ୍ରୀ ମିହିର ପ୍ରସାଦ ପଣ୍ଡା,ପୁରୀ ତହସିଲଦାର ଶ୍ରୀ କ୍ଷିରୋଦ ବେହେରା, ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଇତିଶ୍ରୀ ନାୟକ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।