ସେପ୍ଟି ପ୍ଲେଟ ଚୋରି ଅଭିଯୋଗରେ ତିନିଜଣକୁ ଗିରଫ କରି କୋର୍ଟ ଚାଲାଣ

40

ବାଙ୍ଗିରିପୋଷି ୨୧/୧୧:ଜାତୀୟ ରାଜପଥ ୪୯ରୁ କରିଛି ଝାରପୋଖରିଆ ପୋଲିସ । ପ୍ରକାଶଥାଉକି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର ବିଭିନ୍ନ ସ୍ଥାନରେ ଦିଆଯାଇଥିବା ଜିଆଇ ସୁରକ୍ଷା ବାଡ଼କୁ କେହି ଚୋରି କରି ନେଇପଳାଉ ଥିବା କମ୍ପାନୀ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ଝାରପୋଖରିଆ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀରଖିଥିଲା । ବିଶେଷ ସୂତ୍ରରୁ ଖାଵର ପାଇ ବାଙ୍ଗିରିପୋଷି ଥାନା ଅଧିନ ଗହ୍ମାପୁର ଗ୍ରାମର ଜୈନେକ ବ୍ୟକ୍ତିଙ୍କ ଘରୁ ଓଆର୧୧ଜି୫୮୩୭ ନମ୍ବର ବିଶିଷ୍ଟ ପିକଓପ ଭ୍ୟାନ ସହିତ ଚୋରୀ ସାମଗ୍ରୀ ସେଫ୍ଟି ପ୍ଲେଟକୁ ଜବତ କରିବାରେ ସଫଳ ହାଇଥିଲା। ଏ ନେଇ ପୋଲିସ ପକ୍ଷରୁ କେଶ ନଂ ୨୨୬/୨୨ରେ ମାମଲା ରୁଜୁକରି ଆଇପିସିର ଧାରା ଅନୁଯାଇ ଅଭିଯୁକ୍ତ କୁଳିଅଣା ଥାନା ଅଧିନ ତିତିରି ଗ୍ରାମର ସିପୁନ ବେହେରା(୨୫),ପାରିଆକୁଲି ଗ୍ରାମର ବିଜୁ ରଣା(୩୦) ଓ ବାଙ୍ଗିରିପୋଷି ଥାନା ଅଧିନ ଗହ୍ମାପୁର ଗ୍ରାମର କାଳିପଦ ସିଂ(୩୨)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ କରିଛନ୍ତି ଆଇଆଇସି ଫନୀନ୍ଦ୍ର ଭୂଷଣ ନାଏକ କ୍ଷ