ସାମ୍ବାଦିକଙ୍କ ପିତୃ ବିୟୋଗ

26

ଧରାକୋଟ୨୧/୧୧ : ଧରାକୋଟ ଅଞ୍ଚଳର ବରିଷ୍ଠ ଶିକ୍ଷାବିତ,ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସାମ୍ବାଦିକ ହୃଦାନନ୍ଦ ଜେନା ଙ୍କର ପିତା ରଘୁନାଥ ଜେନାଙ୍କର ରବିବାର ମଧ୍ୟ ରାତ୍ରରେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସ୍ବର୍ଗତ ଜେନା ତାଙ୍କର ଶିକ୍ଷକତା ଜୀବନ କାଳ ମଧ୍ୟରେ ପାତ୍ରପୁର ବ୍ଳକ ର କୁମୁଲିସିଂ,ଗୁଡ଼ିପଦର୍, ମୁଣ୍ଡମରାଇ, ବାହାରପୁର, ଭାଲି ଆପଲି ଓ ରୁଗୁମୁ ଗ୍ରାମରେ ଶିକ୍ଷକତା କରି ବେଶ ଲୋକପ୍ରିୟ ହୋଇପାରିଥିଲେ ।ତାଙ୍କରି ମୃତ୍ୟୁ ରେ ଅଞ୍ଚଳରେ ଶୋକର୍ ଛାୟା ଖେଳି ଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶବଧାର ନିକଟରେ ଉପସ୍ଥିତ ରହିଥିଲେ। ଋଷିକୁଲ୍ୟା ନଦୀର ଉତ୍ତର ବାଙ୍କରେ ତାଙ୍କର ଶେଷକୃତ୍ୟ ଶୋକାକୁଳ ପରିବେଶ ଭିତରେ ଶେଷ ହୋଇଛି।