ଗଞ୍ଜାମ ଜିଲ୍ଲା ଏସ ,ଏସ ବି ଅଧ୍ୟାପକ ସଂଘର ଜିଲ୍ଲା ସାଧାରଣ ବୈଠକ

42

ଆସିକା,୨୦/୧୧(ଜିଲ୍ଲା ଖବର) : ରବିବାର ଦିନ ଆସିକା ଲାୟନ୍ସ କ୍ଲବ ର ବୈଠକ ଗୃହରେ ଗଞ୍ଜାମ ଜିଲ୍ଲା ଏସ ,ଏସ ବି ଅଧ୍ୟାପକ ସଂଘ ର ଜିଲ୍ଲା ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲା ସଂଯୋଜକ ଶ୍ରୀ ବି ଶୀବାଜି ପାତ୍ର ଅଧ୍ୟକ୍ଷତା କରିଥିଲେ। ପ୍ରାୟ ୨୭ଟି କଲେଜର‌ ୧୦୦ରୁ ଉଦ୍ଧ୍ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ। ଜିଲ୍ଲା କାର୍ଯ୍ୟ କାରିଣୀ ର ଅଧକ୍ଷ ରୂପେ ଶ୍ରୀ ବି ଶୀବାଜି ପାତ୍ର, ସମ୍ପାଦକ ରୁପେ ଆତ୍ମ ପ୍ରକାଶ ନାୟକ ଏବଂ କୋଷାଧ୍ୟକ୍ଷ ରୁପେ ଶ୍ରୀମତି ରଞୁକ୍ତା ପାଣିଗ୍ରାହୀ ଦାୟିତ୍ଵ ନେଲେ। ଏହି ବୈଠକ ରେ ଏସ‌ଏସ ବି ଅଧ୍ୟାପକ ମାନଙ୍କ ର ବିଭିନ୍ନ ସମସ୍ୟା ଓ ତା’ର ସ୍ଥିୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଯିବା ପାଇଁ ପ୍ରସ୍ତାବ ମାନ ଗୃହିତ କରାଯାଇଥିଲା। ଏହି ଜିଲ୍ଲା କାର୍ଯ୍ୟ କାରିଣୀ ରେ ବରିଷ୍ଠ ଅଧ୍ୟାପକ ଶ୍ରୀ ଧର୍ମେନ୍ଦ୍ର ପାତ୍ରଙ୍କୁ ବିଶେଷ ସଂଗଠନ ଦାୟିତ୍ଵ ଅର୍ପଣ କରାଗଲା। ସଭାଶେଷ ରେ ଶ୍ରୀ ଦେବବ୍ରତ ସାହୁ ସୁନ୍ଦର ସଂଗୀତ ଗାନ କରିଥିଲେ, ଏବଂ ସଭା ଶେଷ ରେ ଅଧ୍ୟାପକ ଶ୍ରୀ ରଜତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।