
ଭଞ୍ଜନଗର,୨୦/୧୧(ଜିଲ୍ଲା ଖବର) : ଘୁମୁସର ଜିଲ୍ଲା ଗଠନ ଦାବୀ ଆନ୍ଦୋଳନ କୁ ତ୍ୱରାନ୍ୱିତ କରିବା ପାଇଁ ବରିଷ୍ଠ ନାଗରିକମଞ୍ଚ ର ଏକ ଜରୁରୀ କାଳୀନ ବୈଠକ ସ୍ଥାନୀୟ ନାୟକ ଭବନ ଠାରେ ଆଜି ସନ୍ଧ୍ୟା ରେ ଅନୁଷ୍ଠିତ ହୋଇ ଯାଇଛି. ତଳଦିନେ ସ୍ଥାନୀୟ ଓକିଲ ସଂଘ ର ପାଠାଗାର ଭବନ ଠାରେ ସମସ୍ତ ସଙ୍ଘ ର ପ୍ରତିନିଧି ମାନଙ୍କୁ ନେଇ ଯେଉଁ ସଂଗ୍ରାମ କମିଟି ଗଠନ ହୋଇଛି, ତାକୁ ଉଜ୍ଜୀବିତ କରି ଏ ସଂଗ୍ରାମକୁ ଜୋରଦାର କରିବାକୁ ନିର୍ଧାରଣ ହୋଇଛି କମିଟିର ଆବାହକ ଓକିଲ ସଙ୍ଘ ର ସଭାପତି ଶ୍ରୀଯୁକ୍ତ ସନ୍ତୋଷକୁମାର ନାୟକ ଙ୍କୁ ଏ କମିଟିକୁ ଶୀଘ୍ର ଡାକିବାକୁ ଅନୁରୋଧ କରାଯାଇଛି ବୋଲି ମଞ୍ଚ ସଭାପତି ସୋମନାଥ ନାୟକ ପ୍ରକାଶ କରିଛନ୍ତି. ଏହି ଆଲୋଚନା ରେ ସର୍ବଶ୍ରୀ ଶିବରାମ ପଣ୍ଡା ରବୀନ୍ଦ୍ର ଆଚାର୍ଯ୍ୟ, ପ୍ରକାଶ ଚନ୍ଦ୍ର ସାହୁ, ପିତାମ୍ବର ପରିଡା, ଲଡ଼ୁକିଶୋର ପ୍ରଧାନ, ହରିକୃଷ୍ଣ ସାହୁ ରବିନାରାୟଣ ସାମନ୍ତ, ପଣ୍ଡିତ ବିପ୍ରଚରଣ ସାହୁ, ପୁରୁଷୋତ୍ତମ ମହାପାତ୍ର, ପ୍ରତାପ ଚନ୍ଦ୍ର ସାହୁ, ବାଳ କୃଷ୍ଣ ବେହେରା ପ୍ରମୁଖ ଭାଗ ନେଇଥିଲେ ଆଡ଼ଭୋକେଟ ସନ୍ତୋଷ କୁମାର ତିଆଡ଼ି ଓକିଲ ସଙ୍ଘ ସଭାପତି ସଭାପତି ଙ୍କ ସହ ଯୋଗାଯୋଗ ଓ ଶ୍ରୀମାନ ଗୋପାଳ କୃଷ୍ଣ ଲେଙ୍କା ବେଲଗୁଣ୍ଠା ବ୍ଲକ ର ସଂଗ୍ରାମୀ ବନ୍ଧୁ ମାନଙ୍କୁ ପରବର୍ତୀ ବୈଠକ କୁ ଆଣିବା ପାଇଁ ଅନୁରୋଧ କରାଗଲା ଜ୍ୟୋତି ରାଜ ପତି ଆଡ଼ଭୋକେଟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।



