
ଗୁଣପୁର,୨୦l୧୧(ଜିଲ୍ଲା ଖବର) : ଏଥରର ଏକାଦଶ ବଂଶଧାରା ବସନ୍ତ ମହୋତ୍ସବ ନୂଆ ସ୍ଥାନରେ କରିବା ପାଇଁ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ରେ ନିଷ୍ପତ୍ତି ହୋଇଛି। ରାଜ୍ଯ ସ୍ତରୀୟ ହେଉଥିବା ଏହି ବର୍ଣ୍ଣାଢ୍ୟ କାର୍ଯ୍ଯକ୍ରମ ର କଳେବର ପ୍ରତେକ ବର୍ଷ ବଢି ଚାଲିଥିବା ବେଳେ ପୁରୁଣା ସ୍ଥାନ ସଙ୍କୁଚିତ ହବା ସାଙ୍ଗକୁ ଟ୍ରାଫିକ୍ ସମସ୍ଯା ଓ ଜନ ଗହଳିକୁ ଦୃଷ୍ଟି ରେ ରଖି କେଉଁ ନୂଆ ସ୍ଥାନରେ କରାଯିବ ସେଥିପାଇଁ ପୌର ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ ଙ୍କ ଅଧ୍ଯକ୍ଷତାରେ ଏକ କମିଟି ଗଠନ କରି ଦାୟିତ୍ବ ଦିଆ ଯାଇଛି। ସେହିଭଳି ସବୁବର୍ଷ ମଞ୍ଚରେ ସିମିତ ରହୁଥିବା ସରଷ୍ପତି ପୂଜାକୁ ସାର୍ବଜନୀନ କରି ଗଙ୍ଗା ଆରତି ଢାଞ୍ଚାରେ ସନ୍ଧ୍ଯା ଆରତି କରାଯିବ। ବିଭିନ୍ନ ଜିଲ୍ଲା ତଥା ପଡୋଶୀ ରାଜ୍ୟରୁ ଟିମ୍ ମାନଙ୍କୁ ନେଇ ଏକ ଉଚ୍ଚ କୋଟିର କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯିବ। ବେଡ୍ ମିଣ୍ଟନ୍, ଭଲି ଟୁର୍ଣ୍ଣାମେଣ୍ଟ, ଭାରତ୍ତୋଳନ, କବାଡି ଇତ୍ଯାଦି ଖେଳକୁ ମଧ୍ୟ ଅଧିକ ଗୁରୁତ୍ବ ଦିଆଯିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ନିଆରା ଢଙ୍ଗରେ ଗତ ଦଶବର୍ଷ ଧରି ଚାଲି ଆସୁଥିବା ଏହି ମହୋତ୍ସବ ଏଥର ଏକାଦଶ ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ଏହାର କଳେବର ସହ ରୁପରେଖ ବଦଳାଇ ସ୍ଥାନୀୟ ଖେଳାଳି, କଳାକାର, ଛାତ୍ରଛାତ୍ରୀ କିଭଳି ଅଧିକ ସଂଖ୍ଯାରେ ଜଡିତ ହେବେ ସେଭଳି ଯୋଜନା କରାଯିବ ବୋଲି ଆୟୋଜକ ମାନେ କହିଥିଲେ। ଉତ୍ସବ କମିଟି ର ସଭାପତି ଅକ୍ଷୟ ଦାସ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କାନ୍ଯାକା ପରମେଶ୍ଵରୀ ମନ୍ଦିର ପରିସରରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକ ରେ ଆଜି ମୁଖ୍ଯ ଅତିଥି ଭାବେ ପୌରାଧ୍ୟକ୍ଷା ମମତା ଗୌଡ ଯୈଗ ଦେଇଥିଲେ । ଏଥର ଜାନୁଆରୀ୨୫ରେ ସନ୍ଧ୍ୟା ରେ ଅଧିବାସ ଗଙ୍ଗାପୂଜା ଓ କଳଶ ଯାତ୍ରା କରି ୨୬ ସରଷ୍ପତି ପୂଜା ରୁ ଦୁଇଦିନ ଆଧ୍ଯାତ୍ମିକ କାର୍ଯ୍ୟକ୍ରମ କରିବା ସହ ୨୮ ରୁ ୫ଦିନ ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏସବୁ ପୁର୍ବରୁ ଡିସେମ୍ବର ୨୬ ରୁ ମେଗା କ୍ରୀଡା ଉତ୍ସବ ଓ ଜାନୁଆରୀ ୨୨ ରେ ଷ୍ଟେସନ ରୋଡ୍ ରେ ରାହାଗିରୀ କରିବାକୁ ନିଷ୍ପତ୍ତି ହୋଇଛି। ଶେଷ ଦିନରେ କବିତା ପାଠୋତ୍ସବ ସହ ବନ୍ଧୁ ମିଳନ କରାଯିବ ବୋଲି ଘୋଷଣା ହୋଇଛି। ଏହି ଉତ୍ସବରେ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସମେତ ଅନ୍ଯାନ୍ୟ ମନ୍ତ୍ରୀ ତଥା ଓସିଏ ସଭାପତି ଙ୍କୁ ମଧ୍ୟ ଅତିଥି କରିବାକୁ ମତ ପ୍ରକାଶ ପାଇଥିଲା। ସାଂସ୍କୃତିକ ମଞ୍ଚରେ ଅଧା ଓଡିଶାରୁ ଓ ଆଉ ଅଧା ଓଡିଶା ବାହାରୁ କଳାକାରଙ୍କୁ ସ୍ଥାନ ଦେବା ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଆବାହକ ତଥା ସମ୍ପାଦକ ଗତ ବର୍ଷର ଅନୁଭୁତି ଚଳିତ ବର୍ଷର ଯୋଜନା ସମ୍ପର୍କରେ କହିଥିବା ବେଳେ କୋଷାଧ୍ୟକ୍ଷ ପ୍ରଶାନ୍ତ ମିଶ୍ର ଓ ସହ କୋଷାଧ୍ୟକ୍ଷ ରାଜେଶ ପାଢି ଗତ ବର୍ଷର ଆୟବ୍ଯୟର ବିବରଣି ପଠନ କରିଥିଲେ। ଉପ ସଭାପତି ଉମା ଦାସ ପରିଚାଳନା କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ଉମା ଚରଣ ପଟ୍ଟନାୟକ, ଫଣି ଭୂଷଣ ପଟନାୟକ, ସିମାଞ୍ଚଳ କର, ନୀଳମାଧବ ପାଢି, ଦେବେନ୍ଦ୍ର ଚୌଧୁରି, ସୁରେନ୍ଦ୍ର ମିଶ୍ର, ଓ୍ବାଇ ଗଣପତି, ତ୍ରିପତି ମହାନ୍ତି, କାଳିଦାସ ବାଙ୍ଗାରୀ, ଏସ. ବାବା ପ୍ରଶାଦ, ମୁନା ପାଣି, ସପନ ଦାସ, ଗୁଡଲା ଗୋବିନ୍ଦା, ରାଜେଶ୍ୱରୀ ଦଳେଇ, ଅମ୍ବିକା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।





