
ବେଲଗୁଣ୍ଠା,୨୦/୧୧(ଜିଲ୍ଲା ଖବର) : ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ୧୯୯୯ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ର ଏକ ସାଙ୍ଗଠନିକ ବୈଠକ ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ନିଜ ଭାବର ଆଦାନ ପ୍ରଦାନ କରିବା ସହିତ କ୍ଳବ ର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କିତ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିରେ ଆସନ୍ତା ଡ଼ିସେମ୍ବର ୧୧ ତାରିଖରେ ଭଞ୍ଜନଗର ବନବିହାର ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ବର୍ଷ ବେଲଗୁଣ୍ଠାରେ ମାଁ ବ୍ରାହ୍ମଣ ଦେବୀଙ୍କ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ଉପଲକ୍ଷେ କ୍ଳବ ତରଫରୁ ମାଁ ଙ୍କ ନଗର ପରିକ୍ରମା ପାଇଁ ଆଲୋଚନା ହୋଇଥିଲା ।ନଗର ପରିକ୍ରମା ଯେପରି ଶାନ୍ତିଶୃଙ୍ଖଳାର ତଥା ସରସ ସୁନ୍ଦର ହୋଇପାରିବ ସେଥିପାଇଁ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା ।ଏହି ବୈଠକରେ ବ୍ୟାଚ୍ ର ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ପ୍ରାକ୍ତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।



