Wednesday, November 11, 2026
Home ଆଞ୍ଚଳିକ ଭଂଜନଗର ଠାରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

ଭଂଜନଗର ଠାରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

68

ଭଞ୍ଜନଗର,୧୯/୧୧(ଜିଲ୍ଲା ଖବର) : ଗଂଜାମ ଜିଲ୍ଲା ଭଂଜନଗର ରେ ଆରମ୍ଭ ହୋଇଛି “ମିଶନଶକ୍ତି ଋଣ ମେଳା” । ଏନେଇ ଭଂଜନଗର ଠାରେ ଆୟୋଜିତ ହୋଇଥିଲା , ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା କ୍ରମେ , ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଖ୍ୟଅତିଥି ଭାବେ ଯୋଗଦେଇ ଭଂଜନଗର ବ୍ଳକର ୪୮୬ ଟି ସ୍ବୟଂ ସହାୟିକା ଗୋଷ୍ଠୀ କୁ ପ୍ରାୟ ୧୫ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲେ । ଏ‌ହାସହ ପ୍ରାୟ ୫୦୦ ହିତାଧିକାରୀଙ୍କୁ ପେନସନ ପ୍ରଦାନ କରିଥିଲେ । ଏହି ପଦକ୍ଷେପ , ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ କୁ ଅଧିକ ସୁଦୃଢ କରିପାରିବ ବୋଲି , ବାଚସ୍ପତି ଶ୍ରୀଆରୁଖ ନିଜ ପ୍ରତିକ୍ରିୟାରେ କହିଥିଲେ । ଗଂଜାମ ଜିଲ୍ଲା ତଥା ଭଂଜନଗର ବ୍ଳକ ପ୍ରଶାସନ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଂଜନଗର ଉପଜିଲ୍ଲାପାଳ , ବିଡ଼ିଓ , ବ୍ଳକ ଓ ଏନଏସି ର ଅଧ୍ୟକ୍ଷ , ଉପାଧ୍ୟକ୍ଷା , ଏବଂ ବହୁ ସଂଖ୍ୟକ ଏସଏଚଜି ର ସଦସ୍ୟା ଓ ହିତାଧିକାରୀ ମାନେ ଯୋଗଦେଇଥିଲେ ।