Monday, October 12, 2026
Home ଆଞ୍ଚଳିକ ଧରାକୋଟ,ତିନି ଦଫା ଦାବି ନେଇ ଶିକ୍ଷକ ସଂଘ ପକ୍ଷରୁ ବି ଇ ଓ ଙ୍କୁ ଦାବିପତ୍ର...

ଧରାକୋଟ,ତିନି ଦଫା ଦାବି ନେଇ ଶିକ୍ଷକ ସଂଘ ପକ୍ଷରୁ ବି ଇ ଓ ଙ୍କୁ ଦାବିପତ୍ର ପ୍ରଦାନ

180

ଧରାକୋଟ,୧୯/୧୧(ଜିଲ୍ଲା ଖବର) : ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଏନ୍ ପି ଏସ ଓଡ଼ିଶା ସହ ଅନୁବନ୍ଧିତ ଧରାକୋଟ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବ୍ଲକଅତିରିକ୍ତ ଶିକ୍ଷା ଅଧିକାରୀ ଉମା ଚରଣ ପାଣିଗ୍ରାହୀ ଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ। ପ୍ରମୁଖ ଦାବୀ ମଧ୍ୟରେ 2001ମସିହାରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ନିଯୁକ୍ତ ସମସ୍ତ ନୂତନ ପେନସନ ଭୁକ୍ତ ଶିକ୍ଷକ, ସ୍ବେଛାସେବୀ ଶିକ୍ଷା ସହାୟକ,କନିଷ୍ଠ ଶିକ୍ଷକଙ୍କୁ ସାଧାରଣ ପ୍ରଶାସନ ବିଭାଗ ର ବିଜ୍ଞପ୍ତି 29076/gen ତାରିଖ 16/10/22 ପ୍ରକାରେ ସମସ୍ତ ସୁବିଧା ପ୍ରଦାନ, ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ସୁବିଧା ପ୍ରଦାନ ରହିଛି। ଏହି ଦାବୀ ପୂରଣ ପାଇଁ ସରକାର ତ୍ୱରିତ ପଦକ୍ଷେପ ନନେଲେ ଆସନ୍ତା ନଭେମ୍ବର 27 ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପାଇଁ ରାଜ୍ୟ ସ୍ତରୀୟ ଆନ୍ଦୋଳନରେ ସାମିଲ ହେବାକୁ ଧରାକୋଟ ବ୍ଲକ ର ଅନୁବନ୍ଧିତ 272 ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଷ୍ପତି ଗ୍ରହଣ କରିଛନ୍ତି । ଏହାର ପ୍ରଭାବରେ ବ୍ଲକ୍ ସ୍ତରରେ ଶିକ୍ଷାଦାନ ବ୍ୟବସ୍ଥା ବେଶ ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି। ଆଜିର କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ରାଜେନ୍ଦ୍ର ଗୌଡ଼,ଉପ ସଭାପତି ଜନାରଦନ ନାୟକ,ସମ୍ପାଦକ ଦେବାଶିଷ ବେହେରା, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସଂଗ୍ରାମ କେଶରୀ ନାୟକ,ମନୋଜ କୁମାର ସାହୁ,ରାମହରି ସାହୁ,କାଳୁ ଚରଣ ସାହୁ, ପୂର୍ଣ୍ଣ ଚନ୍ଦ୍ର ବେହେରା,ସନ୍ଧ୍ୟାରାଣି ବିଶୋଇ ଓ ସ୍ବପ୍ନା ରାଣୀ ବେହେରା ଙ୍କ ସମେତ ସମସ୍ତ ସିକ୍ଷକ ସାମିଲ ହୋଇଥିଲେ।