
ଧରାକୋଟ,୧୯/୧୧(ଜିଲ୍ଲା ଖବର) : ମହିଳା ମାନଙ୍କୁ ସଶକ୍ତି କରିବା ପାଇଁ ଆଜି ଧରାକୋଟ ବ୍ଲକ ଅନ୍ତର୍ଗତ ଧରାକୋଟ ଗ୍ରାମର ବଡଦାଣ୍ଡ ସାହିରେ ଜୀବନ ସୁରକ୍ଷା ର ମିଳିତ ସହଯୋଗ କ୍ରମେ ମହିଳା ମାନଙ୍କ ପାଇଁ ଏକ ସିଲେଇ ଶିକ୍ଷା କେନ୍ଦ୍ର ର ଉଦଘାଟନ କରାଯାଇଛି।
ଧରାକୋଟ ବ୍ଲକର ଭାରତୀୟ ଜନତା ପାର୍ଟି ର ନେତା ଶ୍ରୀ ହରପ୍ରସାଦ ମହାନ୍ତି ଙ୍କ ନେତୃତ୍ୱ ଏବଂ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ବିଜେପି ନେତା ଶ୍ରୀ ପ୍ରଦୀପ କୁମାର ପତ୍ରି ଙ୍କ ସହାୟତା ଏବଂ ସହଯୋଗ ରେ ଆଜି ଧରାକୋଟ ଗ୍ରାମରେ ଏବଂ ଶ୍ରଦ୍ଧାପୂର ପଞ୍ଚାୟତ ଅନ୍ତର୍ଗତ ହୀରାଖଣ୍ଡି ଗ୍ରାମରେ ମଧ୍ୟ ଏକ ସିଲେଇ ଶିକ୍ଷା କେନ୍ଦ୍ର ର ଉଦଘାଟନ କରାଯାଇଛି।
ଆଜି ର ଏହି ଉଦଘାଟନି ଉତ୍ସବ ରେ ଭାରତୀୟ ଜନତା ପାର୍ଟି ର ଉପ ସଭାନେତ୍ରୀ ତଥା ଆସ୍କା ଲୋକସଭା ପାର୍ଥିନି ଶ୍ରୀମତୀ ଅନିତା ଶୁଭ ଦର୍ଶିନୀ ଙ୍କ କର କମଳ ରେ ଆୟୋଜିତ ହେଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ନିରୋଜ ପାଢ଼ୀ, ଶ୍ରୀ ତ୍ରିନାଥ ଗୌଡ଼, ଜହଡା ମଣ୍ଡଳ ସଭାପତି ତଥା ଜ଼ିଲ୍ଲା ପରିଷଦ ପାର୍ଥୀ ଶ୍ରୀ ଅଶୋକ ପାତ୍ର, ଶ୍ରୀ ଘନ ମହାନ୍ତି , ଯୁବ ନେତା ଶ୍ରୀ ରାଜା ମିଶ୍ର,ହୀରାଖଣ୍ଡି ଗ୍ରାମର ଯୁବ ବିଜେପି ନେତା ଶ୍ରୀ ରମେଶ ପ୍ରଧାନ ଏବଂ ହୀରାଖଣ୍ଡି ଗ୍ରାମର ବହୁ ମହିଳା ଏବଂ ବୟୋଜ୍ୟେଷ୍ଟ ବ୍ୟକ୍ତି ଗଣ ଏବଂ ବଡଦାଣ୍ଡ ସାହି ର ବହୁ ମହିଳା ଯୋଗଦେଇଥିଲେ।


