
ଆସିକା,୧୯?୧୧(ଜିଲ୍ଲା ଖବର) : ଆଜି ଆସିକା ମହାବିଦ୍ୟାଳୟ ଦ୍ୱାରା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୨୫ ଗୋଟି ମହାବିଦ୍ୟାଳୟ କୁ ନେଇ ୫୧ତମ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ ବାଳକ ବିଭାଗ କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି. ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଜୀବାନନ୍ଦ ତ୍ରିପାଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ନାନୀୟ ଅତିଥି ଭାବେ ପରିଚାଳନା କମିଟି ସଭାପତି ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ ଉପସ୍ଥିତ ଥିଲେ. ଫାଇନାଲ ଖେଳ ବୁଗୁଡ଼ା ଓ କେନ୍ଦୁପଦର କଲେଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ବୁଗୁଡ଼ା କଲେଜ ଫାଇନାଲରେ ବିଜୟ ହୋଇଥିଲା. ଏହି ଖେଳକୁ ଦିଲ୍ଲୀପ କୁମାର ନାୟକ, ଅନିଲ କୁମାର ନାୟକ ଓ ସଚ୍ଚିଦାନନ୍ଦ ଦାସ ସୁଚାରୁରୂପେ ପରିଚାଳନା କରିଥିଲେ. ସ୍କୋରର ଭାବେ ଚାନ୍ଦିନୀ ପ୍ରଧାନ, ଲିଜା ପାତ୍ର, ବନିତା ବେହେରା ସହଯୋଗ କରିଥିଲେ. ସମସ୍ତ ଖେଳାଳି ମଧ୍ୟରୁ ଭଲ ଖେଳାଳି ଭାବେ ଶିବ ଶଙ୍କର ପ୍ରଧାନ (ଆସିକା ବିଜ୍ଞାନ ମହାବିଦ୍ୟାଳୟ), ଭଲ ରଡର ଭାବେ ଗଣେଶ ଚିନ୍ତାଲୁ (ଏମ. କେ. ଡିଗ୍ରୀ ମହାବିଦ୍ୟାଳୟ, ଗୁରାଣ୍ଡି), ଭଲ ସର୍ବାଙ୍ଗୀନ ଖେଳାଳି ଭାବେ ଅମରେଶ ପ୍ରଧାନ (ପିପୁଲସ କଲେଜ, ବୁଗୁଡ଼ା ) ଭାବେ ମନୋନୀତ ହୋଇଛନ୍ତି. କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର କ୍ରୀଡା ଅଧ୍ୟାପକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ସଂଗଠନ ସମ୍ପାଦକ ଡ଼ଃ. ବିଜୟ କୁମାର ସିଂ, ସହ ସଂଗଠନ ସମ୍ପାଦକ ଶ୍ରୀ ସରୋଜ କୁମାର ପଣ୍ଡା, ସୁଧୀର କୁମାର ସାହୁ ସମ୍ପୂର୍ଣ୍ଣ ପରିଚାଳନା ଭାର ନେଇ ଥିବା ବେଳେ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଶ୍ରୀ କେଦାରନାଥ ପଣ୍ଡା, ଉପଦେଷ୍ଟା ଶ୍ରୀ ଏସ. ବସନ୍ତ ଅଚାରୀ, ଅଧ୍ୟାପିକା ନନ୍ଦିତା ଦାସ, ଡ଼ଃ ସ୍ମିତାରାଣୀ ପଣ୍ଡା, ବିଘ୍ନ ରାଜ ପାଢ଼ୀ, ଚିତ୍ରସେନ ବେହେରା, ଧନଞ୍ଜୟ ମହାପାତ୍ର, ରାଜେଶ କୁମାର ସାହୁ, ଗଣେଶ ପ୍ରଧାନ ଓ ବହୁ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ବହୁ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ. କ୍ରୀଡ଼ାକୁ ଉଚ୍ଚାହିତ କରିବା ପାଇଁ ବହୁ ଦର୍ଶକ ଉପସ୍ଥିତ ଥିଲେ. ସର୍ବଶେଷରେ ଡ଼ଃ. ଅଭୟ କେଶରୀ ପରିଛା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ଥିଲେ.



