ଶେରଗଡ଼ ୧୯/୧୧(ଜିଲ୍ଲା ଖବର) : ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତିକୁ ଉଛେଦ କରିବା ସହ ଶିକ୍ଷକଙ୍କ ୬ ବର୍ଷର ଠିକା କାର୍ଯ୍ୟକଳାକୁ ୬ ଟି ଇନ୍କ୍ରିମେଣ୍ଟ ଦେଇ ସର୍ଭିସ ଗଣନା କରିବା, ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା, ନୂତନ ପେନସନ ଯୋଜନାକୁ ଉଛେଦ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା ଉଦ୍ଧେଶ୍ୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ମହାସଂଘର ସଭାପତି ଶ୍ରୀ ଅରୁଣ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଶେରଗଡ଼ ପ୍ରାଥମିକ ଶିକ୍ଷକଶିକ୍ଷୟତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ଶିକ୍ଷାମନ୍ତ୍ରୀ, କମିଶନରଙ୍କ ଉଦ୍ଧେଶ୍ୟରେ ଶେରଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ଶୈଳେନ୍ଦ୍ରି ଦଳାଇଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଉକ୍ତ ସମାବେଶରେ ଶେରଗଡ଼ ପ୍ରାଥମିକ ଶିକ୍ଷକସଙ୍ଘର ଶିଶିର କୁମାର ସ୍ୱାଇଁ, ଜଗନ୍ନାଥ ସେଠି, ଆଲୋକ କୁମାର ପାଢ଼ୀ, ଅଶୋକ କୁମାର ସ୍ୱାଇଁ, ସୁଦର୍ଶନ ବେହେରା, ସୁଧାଂଶୁ ଶେଖର ସ୍ୱାଇଁ, ବିଶ୍ୱଜିତ ଦାସ, ଅଜୟ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ ପ୍ରାଥମିକ ଶିକ୍ଷକଶିକ୍ଷୟତ୍ରୀ ଯୋଗଦାନ କରିଥିଲେ l ଆଗାମୀ ଦିନରେ ଯଦି ସରକାର ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନକରନ୍ତି ତେବେ ଚଳିତ ମାସ ୨୭ ତାରିଖରେ ଭୁବନେଶ୍ୱର ବିଧାନ ସଭା ସମ୍ମୁଖରେ ଏହାର ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସୂଚନା ଦେଇଛନ୍ତି l



