
ଭଞ୍ଜନଗର,୧୯/୧୧(ଜିଲ୍ଲା ଖବର) : ଭଞ୍ଜନଗର ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କ ବିଭିନ୍ନ ଦାବି ନେଇ ଭଞ୍ଜନଗର ସହର ପରିକ୍ରମା କରିବା ସହ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଙ୍କ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଦୀର୍ଘ ଦିନ ଧରି 1500 ଟଙ୍କା ରେ ଶିକ୍ଷା ସହାୟକ ଭାବେ କାର୍ଯ୍ୟ କରିବା ପରେ 6 ବର୍ଷ ପରେ ନିୟମିତ ହୋଇ ଥିଲେ। କିନ୍ତୁ ସରକାର ସେମାନଙ୍କ ବିଭିନ୍ନ ଦାବିକୁ ଅଣଦେଖା କରି ଆଜି ପ୍ରଯ୍ୟନ୍ତ କୌଣସି ସମାଧାନ କରି ନାହାନ୍ତି।ଆଜି ସହ ସହ ସଂଖ୍ୟାରେ ଶିକ୍ଷକ ସମଗ୍ର ଓଡ଼ିଶାର ବିଭିନ୍ନ ବ୍ଲକ ରେ ଆନ୍ଦୋଳନ କରିଛନ୍ତି। ସେମାନଙ୍କ ଦାବୀ ପୁରୁଣା ପେନସନ ଲାଗୁ କରିବା,କେନ୍ଦ୍ରୀୟ ହାରରେ ଦରମା ଲାଗୁ କରିବା,6 ଗୋଟି ଇଂକ୍ରିମେଣ୍ଟ କରିବା ପ୍ରମୁଖ ଦାବି ରହିଥିଲା।ଏହି ଦାବି ଗୁଡିକ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ତର ହେବ ବୋଲି ଶିକ୍ଷକ ନେତା ମାନେ ପ୍ରକାଶ କରିଥିଲେ ଓ ଆଗାମୀ 27 ତାରିଖ ର ଭୁବନେଶ୍ୱର ରେ ହେବାକୁ ଥିବା ଶିକ୍ଷକ ଆନ୍ଦୋଳନ କୁ ସଫଳ କରିବାକୁ ଆବାହନ କରିଥିଲେ।



