Sunday, October 18, 2026
Home ଆଞ୍ଚଳିକ ଆସିକା ଫେଷ୍ଟିଭାଲ-୨୦୨୦ ଉଦଘାଟନ

ଆସିକା ଫେଷ୍ଟିଭାଲ-୨୦୨୦ ଉଦଘାଟନ

19

ଆସିକା,୧୨/୧(ଖିରୋଦ ଚନ୍ଦ୍ର ବେହେରା) ;
ଆସିକା ଫେଷ୍ଟିଭାଲ-୨୦୨୦ ଆନୁଷ୍ଠାନିକ ଭାବେ ଓଡିଶା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମନ୍ତ୍ରଧ୍ୱନୀ ବେଦପାଠ ମଧ୍ୟରେ ସମସ୍ତ ଅତିଥିଙ୍କ ଗହଣରେ ପ୍ରଦିପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆସିକା ଫେଷ୍ଟିଭାଲ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଫେଷ୍ଟିଭାଲ ମଚଂ ଠାରେ ଉଦଘାଟନୀ ସଭାକାର୍ଯ୍ୟ ଅନୁଷ୍ଟିତ ହୋଇଯାଇଥିଲା । ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସମ୍ମାନୀୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟି,ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ପୁର୍ବତନ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ସହ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିଥିଲେ । ପ୍ରସିଦ୍ଧ ଖମ୍ବେଶ୍ୱରୀଙ୍କ ଠାରୁ ଏକ ବିରାଟ ମଶାଲ ଯାତ୍ରା ସହର ପରିକ୍ରମା କରି ଉତ୍ସବ ସ୍ଥଳ ନିକଟରେ ପହଁଚିଥିଲା । ଗତବର୍ଷ ଭଲିଏହି ବର୍ଷ ମଧ୍ୟ ଖୁବ ଜାକଜକମରେ ଅନୁଷ୍ଠିତ ହୋଇଯାଇଛି । ସୁସଜ୍ଜିତ ଆଲୋକ ମାଳ ମଧ୍ୟରେ ଏହା ଖୁବ ଶୋଭା ପାଉଛି ।

୧୧୫ଟି ଷ୍ଟଲ ହୋଇଥିବା ବେଳେ ନିକଟରେ ରାମ ଦୋଳି,ଟ୍ରଏ ଟ୍ରେନ,ମିନା ବଜାର ପ୍ରମୁଖ ଆୟୋଜନ ହୋଇଛି । ସେହିଭଳି ଉତ୍ସବ ସ୍ଥଳ ନିକଟରେ ଇଷ୍ଟର୍ଣ୍ଣ ବ୍ଲୁ ଅପେରା ପ୍ରତିଦିନ ପ୍ରଦର୍ଶୀତ ହେଉଛି । ଏହି ଆସିକା ଉତ୍ସବ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସଂଧ୍ୟାରେ ୫ଟା ଆରମ୍ଭ ହୋଇ ରାତି ୧୧ ଘଟଂ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଶଙ୍ଖଳିତ ଭାବେ ଏହି ଉତ୍ସବ ୫ ଦିନ ପରିଚାଳିତ ପାଇଁ ଜିଲ୍ଲା ପ୍ରଶାସନ ସାଙ୍ଗକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଆୟୋଜନ କରାଯାଇଛି । ବିଭିନ୍ନ ସୂଚନା କେନ୍ଦ୍ର, ପ୍ରାଥମିକ ଚିକିତ୍ସା, ପିଇବା ପାଣି ବ୍ୟବସ୍ଥା ସହ ସହରର ଆଲୋକୀକରଣ,ସଫେଇ ସାଙ୍ଗକୁ ଅପରାଧି ମାନଙ୍କ ଗତିବିଧିକୁ ନିୟନ୍ତ୍ରଣ ପାଇଁ ଫେଷ୍ଟିଭାଲ ଠାରେ ଏବଂ ଆସିକା ବସଷ୍ଟାଣ୍ଡ,ଖମ୍ବେଶ୍ୱରୀ ଗେଟ, ବିଜୁ ଛକ,କଂଇଫୁଲିଆ ଛକ, କଲେଜ ଛକ,କାଳଷଣ୍ଡପୁର ଛକ,ତାଲୁକା ଛକ,ସୁନାମ୍ବ ସାହି ଛକ ଠାରେ ବହୁ ସିସିଟିଭି କ୍ୟାମେରା ଲଗାଇଯାଇଛି । ଏବଂ ସ୍ୱତନ୍ତ୍ର ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି ।