
ଆସିକା,୧୨/୧(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ବ୍ଲକ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ଏକ ପାଠଚକ୍ର ଆଲୋଚନା ଅନୁଷ୍ଠୀତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଆପଟଙ୍କ ସଭାପତିତ୍ୱରେ ପାଠଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ଚିକିଟି ମହାବିଦ୍ୟାଳୟ ଶିକ୍ଷା ବିଭାଗର ଅଧ୍ୟାପକ ଅଲେଖ ଚନ୍ଦ୍ର ସେଠି ସାଧନ ଅଧିକାରୀ ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟ ଶିକ୍ଷା ବିଭାଗ ଅଧ୍ୟାପକ ଅଜିତ କୁମାର ପଟ୍ଟନାୟକ ତତ୍ୱାବାଧାନରେ ଗୋଟିଏ ଆଧୁନିକ ଯୁଗର ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟା ଶିର୍ଷକ ସ୍କନ୍ଦର୍ଭ ପ୍ରସ୍ତୁତ ହୋଇ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ସରସ୍ୱତୀ ଭୋଳ ଉପସ୍ଥାପନ କରିଥିଲେ ।
ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଆପଟ ବର୍ତମାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱ ଓ ଶିକ୍ଷଣ କ୍ଷେତ୍ରରେ ଏହାର ଅବଦାନ ଉପରେ ଆଲୋକପାତ କରିଥିଲେ । ସାଧନ ଅଧିକାରୀ ଅଧ୍ୟାପକ ଅଲେଖ ଚନ୍ଦ୍ର ସେଠି ମୁକ ମାଧ୍ୟମରେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏହାର ଆବଶ୍ୟକ ଉପରେ ମତ ରଖିଥିଲେ । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ରବି ନାରାୟଣ ପାତ୍ର ଅନଲାଇନ ଶିକ୍ଷା ଓ ଏହାର ଆବଶ୍ୟକତା ଉପରେ ମତ ରଖିଥିଲେ । ଏହି ପାଠଚକ୍ରରେ ଅନ୍ୟତମ ଅତିଥି ଭାବେ ଓଡିଆ ବିଭାଗର ମୁଖ୍ୟ ଡଃ.ଆଶୁତୋଷ ସାହୁ,ଇଂରାଜୀ ବିଭାଗ ମୁଖ୍ୟ ସୁଶ୍ରୀ ଶ୍ରିଦ୍ଧି ଦାଶ,ଯଶ୍ମିନ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।ଏହି ପାଠ୍ୟଚକ୍ର ଅବସରରେ ମହାବିଦ୍ୟାଳୟର ପ୍ରାୟ ୨ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ବିଭାଗୀୟ ମୁଖ୍ୟ ଶ୍ରୀମତି ସ୍ୱପ୍ନାରାଣି ପଟ୍ଟନାୟକ ବିଷୟ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।



