
ବେଗୁନିଆପଡା,୧୯/୧୧(ଜିଲ୍ଲା ଖବର) : ସାରା ରାଜ୍ୟରେ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବୀ ନେଇ ଆନ୍ଦୋଳନ ଡ଼ାକରାରେ ବେଗୁନିଆପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାମିଲ ହୋଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତିକୁ ବନ୍ଦ କରିବା ସହ ତୁରନ୍ତ ଜୁନିଅର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିୟମିତ କରି ୨୦୦୧ ଠାରୁ ଆଜି ପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଏନ ପି ଏସ ଶିକ୍ଷକଙ୍କର ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରିରେ ମିଶାଇ ୬ ରୁ ୮ ଟି ଇନକ୍ରିମେଣ୍ଟ ଦେବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ସହ ତୁରନ୍ତ ସମସ୍ତ ନୂତନ ପେନସନ ଭୁକ୍ତ ଶିକ୍ଷକଙ୍କୁ ପୁରୁଣା ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆଦି ୩ ଦଫା ଦାବୀ ନେଇ ବେଗୁନିଆପଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ସିଧେଶ୍ୱର ମନ୍ଦିର ପରିସରରୁ ବାହାରି ସହର ପରିକ୍ରମା କରି ବି ଇ ଓ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ସଭାପତି ଅନୀଲ କୁମାର ବିଶ୍ୱାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ସଞ୍ଜୟ କୁମାର ପାଣ୍ଡି ଏହି ବିକ୍ଷୋଭର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସରକାରଙ୍କର ପ୍ରାଥମିକ ଶିକ୍ଷକଙ୍କ ଏହି ଅବହେଳା କୁ ନେଇ ଆଜି ରାଜରାସ୍ତାରେ ଆନ୍ଦୋଳନ ରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହେବା ସହ ୩ ଦଫା ଦାବିକୁ ତୁରନ୍ତ ପୁରଣ କରିବା ଆବଶ୍ୟକ ବୋଲି ବକ୍ତା ମାନେ ମତ ଦେଇଥିଲେ। ସେହିପରି ଶିକ୍ଷକ ନେତା ଅଶ୍ୱିନୀ ପ୍ରହରାଜ, ପ୍ରଭାସ ରଞ୍ଜନ ସାହୁ, ରବୀନ୍ଦ୍ର ନାଥ ମହାରଣା, ଅଜିତ ମିଶ୍ର, ପ୍ରକାଶ ଭୂୟାଁ, ପ୍ରକାଶ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ଦୋରା,ନାରାୟଣ ଜେନା, ରାଜେନ୍ଦ୍ର ସେଠୀ, ବ୍ରଜ ପଣ୍ଡା,ପଙ୍କଜ ବେହେରା,, ଙ୍କ ସମେତ ୫୦୦ ରୁ ଉର୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।
ସଭା ପରେ ମୁଖ୍ୟମନ୍ତ୍ରୀ,ଗଣ ଶିକ୍ଷାମନ୍ତ୍ରୀ, ୫ଟି ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ଜିଲ୍ଲାପାଳଙ୍କ ଉଧ୍ୟେଶରେ ଏହି ୩ ଦଫା ଦାବି ସମ୍ବଳିତ ଦାବୀ ପତ୍ରକୁ ଏ ବି ଇ ଓ ସୁଷମା ଶବର ଙ୍କୁ ପ୍ରଦାନ କରାଯାଇଥିଲା ଓ ଆସନ୍ତା ୨୭ ତାରିଖ ଆନ୍ଦୋଳନକୁ ଭୁବନେଶ୍ୱର ଯିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା ।




