Saturday, November 14, 2026
Home ଆଞ୍ଚଳିକ ସତ୍ୟସାଇ ସେବା ଗ୍ରୁପ ତରଫରୁ ରକ୍ତଦାନ ଶିବିର

ସତ୍ୟସାଇ ସେବା ଗ୍ରୁପ ତରଫରୁ ରକ୍ତଦାନ ଶିବିର

55

ଧରାକୋଟ,୧୮/୧୧(ଜିଲ୍ଲା ଖବର) : ଭଗବାନ ସତ୍ୟସାଇ ବାବାଙ୍କ 97 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଆଜି ଧରାକୋଟ ସତ୍ୟସାଇ ସେବା ଗ୍ରୁପ ତରଫରୁ ସାଇ ମନ୍ଦିର ପରିସରରେ ପ୍ରେମ ସଂଜୀବନୀ ବା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଭରପ୍ରପ୍ତ ଚିକିତ୍ସାଧିକାରୀ ଡାକ୍ତର ଏମ ଭି କେ ଅଶୋକ ଏହି ଶିବିରର ଶୁଭାରମ୍ଭ କରିଥିବା ବେଳେ ଶିକ୍ଷାବିତ ଡ୍, ବିମଳ ପ୍ରସାଦ ପଟ୍ଟନାୟକ ଓ ପୂର୍ବତନ ସରପଂଚ ଦିଲୀପ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ରହ୍ମପୁର ବ୍ଲଡ ବ୍ୟାଙ୍କ୍ ର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ । ଶିବିରରୁ 34 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପ୍ରମୁଖ ରକ୍ତଦାତାଙ୍କ ମଧ୍ୟରେ ଭାସ୍କର ବା ଡତ୍ୟା,ଗଗନ ବିହାରୀ ସ୍ୱାଇଁ,ଭଗବାନ ପାଣିଗ୍ରାହୀ,ରାମଚନ୍ଦ୍ର ସେଠୀ,ସୀତାକାନ୍ତ ପଣ୍ଡା,ବିଷ୍ଣୁ ପ୍ରିୟା ପଣ୍ଡା, ସଂଯୁକ୍ତା ପଟନାୟକ ରକ୍ତଦାନ କରିଥିଲେ । ସେବଗୃପ୍ର ର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ବ୍ରହ୍ମପୁର ବ୍ଲଡ ବ୍ୟାଙ୍କ୍ ତରଫରୁ ଧରାକୋଟ ସତ୍ୟସାଇ ସେବା ଗ୍ରୁପ କୁ ଉତ୍ତମ ସହଯୋଗ ପାଇଁ ଟ୍ରଫି ପ୍ରଦାନ କରାଯାଇଥିଲା।