Home ଆଞ୍ଚଳିକ ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ନବଜାତ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ଉତେଜନା, ଚିକିତ୍ସା ଅବହେଳା...

ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ନବଜାତ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ଉତେଜନା, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପ୍ରସୂତିଙ୍କ ପରିବାର

60

ଚାନ୍ଦବାଲି,୧୮/୧୧ ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପୁଣି ଶିଶୁ ମୃତ୍ୟୁ ନେଇ ଦେଖାଦେଇଛି ଉତେଜନା, ଚାନ୍ଦବାଲି ବ୍ଲକ ଚରଦିଆ ପଂଚାୟତ ଧୂର୍ବପଲ୍ଲୀ ଗାଁରେ ଜଣେ ପ୍ରସୂତି ଚିକିତ୍ସା ପାଇଁ ଆସିଥିଲେ । ଡାକ୍ତରଙ୍କ ଅବହେଳା ପାଇଁ ତାଙ୍କ ଶିଶୁ କନ୍ୟାର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ପ୍ରସ୍ତୁତିଙ୍କ ପରିବାର । ଚରଦିଆ ପଂଚାୟତର ଭରତ ମଣ୍ଡଳଙ୍କ ସ୍ତ୍ରୀ ପାର୍ବତି ମଣ୍ଡଳଙ୍କ ପ୍ରସୂତି ଜନିତ ଯନ୍ତ୍ରଣା ଅନୁଭବ ହେବାରୁ ପରିବାର ଲୋକେ ତାଙ୍କୁ ୧୦୨ ଗାଡ଼ିରେ ଆଣି ଚାନ୍ଦବାଲି ମେଡ଼ିକାଲରେ ଭର୍ତୀ କରିଥିଲେ । ପ୍ରସୂତିଙ୍କ ଅବସ୍ଥା ଖରାପ ଥିବା ବେଳେ ଡ଼ିଯୁଟିରେ ଥିବା ପ୍ରସୂତି ବିଭାଗର ଡ଼ାକ୍ତର ପ୍ରଦୁମ୍ନ ସାହୁ ତାଙ୍କୁ ଦେଖିବା ପାଇଁ ଆସିନଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରସୂତିଙ୍କ ପରିବାର କ୍ଷ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବିକା ମାନଙ୍କର ଚିକିତ୍ସା ପରେ ବହୁ ବିଳମ୍ବରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ପ୍ରସୂତି, ହେଲେ ଉତମ ଚିକିତ୍ସାର ଅବହେଳା ପାଇଁ ଶିଶୁ କନ୍ୟାଟିର ମୃତ୍ୟୁ ହେବା ପରେ
ପ୍ରସୂତିଙ୍କ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ ଡ଼ାକ୍ତରଙ୍କ ଅବହେଳା ଦର୍ଶାଇ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କୁ ଲିଖ ଅଭିଯୋଗ କରିଛନ୍ତି ପ୍ରସୂତିଙ୍କ ପରିବାର । ଏପଟେ ବାରମ୍ବାର ଏହି ଘଟଣାର ପୁନାରାବୃତି ହେଇଥିବା ବେଳେ ଡ଼କ୍ତର ମାନେ ଡ଼ାକ୍ତରଖାନା ନଯାଇ ଘରୋଇ ନିଜ କ୍ୱାଟରରେ ରୋଗୀ ଦେଖିବା ଘଟଣାକୁ ତିବ୍ର ବିରୋଧ କରିଛନ୍ତି ସ୍ଥାନୀୟବାସୀ କ୍ଷ