ମିନି ପଲ୍ଲିଶ୍ରୀ ମେଳା ଜାନୁଆରୀ ୨୫ ରୁ ୨୭

42

ପୁରୀ,୧୭/୧୧ ପୁରୁଷ ହକି ବିଶ୍ୱକପ ୨୦୨୩ ଜାନୁଆରୀରେ ଆରମ୍ଭ ହେବ।ଏହାକୁ ରାଜ୍ୟ ସରକାର ଆୟୋଜନ କରୁଥିବାରୁ ଆକର୍ଷଣୀୟ ଓ ଭବ୍ୟ ଭାବେ ପରିଚାଳନା କରିବାକୁ ସ୍ଥିର ହୋଇଛି।ହକି ବିଶ୍ୱକପର ସମୟ ମଧ୍ୟରେ ପୁରୀ ଜିଲ୍ଲା ପ୍ରଶାସନ ଏଥିପାଇଁ ୨୦୨୩ ଜାନୁଆରୀ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀ ଲାଇଟ ହାଉସ ସମ୍ମୁଖରେ ଓରମାସ ପକ୍ଷରୁ ଏକ ମିନି ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଛି। ମେଳାକୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ସମ୍ପର୍ଣ୍ଣ ପାଇଁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ବର୍ମା ବିଭିନ୍ନ କାର୍ଯ୍ୟ ର ପରିଚାଳନା ଯେଉଁ ଯେଉଁ ବିଭାଗ କୁ ଦାୟିତ୍ୱ ଦିଆଯାଉଛି ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ପାରସ୍ପରିକ ସମନ୍ୱୟ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ ପରାମର୍ଶ ଦେଇଥିଲେ। ଗ୍ରାଉଣ୍ଡର ବିକାଶ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ମେଳାରେ ବ୍ୟାଙ୍କି ଓ ଏଟିଏମ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା ଓ ମେଳାରେ ଷ୍ଟଲ କରୁଥିବା ବ୍ୟକ୍ତି ମାନଙ୍କ ସୁବିଧା ରେ ରହିବା ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀ ଙ୍କୁ କାର୍ଯ୍ୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ପୁରୀ ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ପ୍ରଶାନ୍ତ କୁମାର ଦାସ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।