Saturday, November 14, 2026
Home ଆଞ୍ଚଳିକ ରାଜପଥ ପାର୍ଶ୍ବରେ ମାଟିଗଦା ଯୋଗୁଁ ଦୁର୍ଘଟଣା ବଢୁଛି

ରାଜପଥ ପାର୍ଶ୍ବରେ ମାଟିଗଦା ଯୋଗୁଁ ଦୁର୍ଘଟଣା ବଢୁଛି

48

ଧରାକୋଟ୧୭/୧୧(ଜିଲ୍ଲା ଖବର) : ଗୋପାଳପୁର ଠାରୁ ଖରୀଆର ରୋଡ ଯାଇଥିବା ଜାତୀୟ ରାଜପଥ 59 ର ମୁଣ୍ଡମରାଇ ଠାରୁ ଘୋଡ଼ାପଲି ମଧ୍ୟରେ ବିଭିନ୍ନ ସ୍ଥାନରେ ଲମ୍ବା ମାଟିଗଦା ରହିଥିବା ଯୋଗୁଁ ଦିନକୁ ଦିନ ଦୁର୍ଘଟଣା ବଢ଼ି ଧନ ଜୀବନ ନଷ୍ଟ ହେଉଛି । ଜନବିଲୀ ଠାରୁ ଆରମ୍ଭ ହୋଇଥିବା ଋଷିକୁଲ୍ୟା ମୁଖ୍ୟ କେନାଲ ର ପୁନରୁଦ୍ଧାର କାର୍ଯ୍ୟ ସରିବା ପରେ କେନାଲ ଗର୍ଭରେ ରହିଥିବା ପରିତ୍ୟକ୍ତ ମାଟିକୁ ବାହାର କରି ରାଜପଥ ପାର୍ଶ୍ବରେ ଜମାଇ ଦିଆଯାଇଛି। ଦୀର୍ଘ ଦିନ ହେଲା ଏଠାରେ ମାଟି ପଡ଼ି ରହିଥିବା ଯୋଗୁଁ ରାସ୍ତା ସଙ୍କୁଚିତ ହୋଇଯାଇଛି। ଏହି ରାଜପଥ ଏକ ବ୍ୟସ୍ତ ବହୁଳ ରାସ୍ତା ଭାବରେ ପରିଗଣିତ ହେଉଛି। ଦୈନିକ ଶହ ଶହ ଗାଡି ମଟର ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ମାଟି ପଡ଼ି ରହିଥିବା ଯୋଗୁଁ ସଂପୃକ୍ତ ଅଞ୍ଚଳ ସଙ୍କୁଚିତ ହୋଇଯାଇଛି। ଗୋଟିଏ ପଟରେ ମାଟିର ପାହାଡ଼ ରହିଥିବା ବେଳେ ଅନ୍ୟ ପଟରେ କେଉଁଠି ଋଷିକୁଲ୍ୟା ନଦୀ ବହି ଯାଇଛି ତ କେଉଁଠି ପ୍ରାୟ କୋଡ଼ିଏ ଫୁଟ ତଳେ ଚାଷଜମି ରହିଛି ।ଏଣୁ ପ୍ରାୟ ଏଠାରେ ଦୁର୍ଘଟଣା ଘଟୁଛି। ଆସିକା ଉପଖଣ୍ଡ ଜଳସେଚନ ବିଭାଗ ତରଫରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ମାଟି ବାହାରକରି ସୁରକ୍ଷା ପାଚେରୀ ନିର୍ମାଣ ପାଇଁ ଦାବୀ ହେଉଛି।