Saturday, November 14, 2026
Home ଆଞ୍ଚଳିକ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା

ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା

57

ଆସିକା୧୭/୧୧(ଜିଲ୍ଲା ଖବର) : ଆସିକା ମହାବିଦ୍ୟାଳୟ ଦ୍ୱାରା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୩୫ ଗୋଟି ମହାବିଦ୍ୟାଳୟ କୁ ନେଇ ୫୧ତମ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ ବାଳକ ବିଭାଗ କବାଡି ପ୍ରତିଯୋଗିତା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଜୀବାନନ୍ଦ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି. ସନମାନୀୟ ଅତିଥି ଭାବେ ପରିଚାଳନା କମିଟି ସଭାପତି ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ ଉପସ୍ଥିତ ଥିଲେ. ଖେଳ ଆରମ୍ଭ ସୁଦ୍ଧା ସମୁଦାୟ ୨୫ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ. ପ୍ରଥମ ଖେଳ ଟିକାବାଲି ଓ ଡୁରା କଲେଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ଟିକାବାଲି କଲେଜ ଏଥିରେ ବିଜୟ ହୋଇଥିଲା. ଏହି ଖେଳକୁ ଏମ. ଏସ ଦୋରା ଓ ଅନିଲ କୁମାର ନାୟକ ପରିଚାଳନା କରିଥିଲେ. କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର କ୍ରୀଡା ଅଧ୍ୟାପକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ସଂଗଠନ ସମ୍ପାଦକ ଡ଼ଃ. ବିଜୟ କୁମାର ସିଂ, ସହ ସଂଗଠନ ସମ୍ପାଦକ ଶ୍ରୀ ସରୋଜ କୁମାର ପଣ୍ଡା ଓ ସୁଧୀର କୁମାର ସାହୁ ସମ୍ପୂର୍ଣ୍ଣ ପରିଚାଳନା ଭାର ନେଇ ଥିବା ବେଳେ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଶ୍ରୀ କେଦାରନାଥ ପଣ୍ଡା, ଦୁତି କୃଷ୍ଣ ଅଚାରୀ, ନନ୍ଦିତା ଦାସ, ଧନଞ୍ଜୟ ମହାପାତ୍ର, ରାଜେଶ କୁମାର ସାହୁ, ଗଣେଶ ପ୍ରଧାନ ଓ ବହୁ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ବହୁ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ. କ୍ରୀଡ଼ାକୁ ଉଚ୍ଚାହିତ କରିବା ପାଇଁ ଅତିଥି ହିସାବରେ ଗଞ୍ଜାମ ଜୋନ ବି ଜେ ଡି ସଭାପତି ଶ୍ରୀ ନଚିକେତା ସ୍ୱାଇଁ, ଶ୍ରୀ ଭଗବାନ ସାହୁ, ରାଜେଶ କୁମାର ପଟ୍ଟନାଏକ, ଆସିକା କ୍ରୀଡା ସଂଘ ସଭାପତି ଶ୍ରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ ଓ ଶ୍ରୀ ତାରିଣୀ ସେନାପତି ଉପସ୍ଥିତ ଥିଲେ. ସର୍ବଶେଷରେ ଡ଼ଃ. ଅଭୟ କେଶରୀ ପରିଛା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ଥିଲେ |