କୋଦଳା, ୧୦/୦୧/୨୦୨୦(ଗୁଲସନ୍ କୁମାର କର); ବେଗୁନିଆପଡ଼ା ଠାରେ ଏକ ନୂତନ ଷ୍ଟେଟ୍ ବ୍ୟାଙ୍କ ଶାଖାର ଶୁଭ ଉଦ୍ ଘାଟିତ ହୋଇଯାଇଛି। ଶୁକ୍ରବାର ଏହି ଉଦଘାଟନୀ ଅବସରରେ ଭୂବନେଶ୍ବର ଷ୍ଟେଟ ବ୍ୟାଙ୍କ ଚିଫ୍ ଜେନେରାଲ ମ୍ୟାନେଜର ପ୍ରବୀନ୍ କାଳା ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜେନେରାଲ ମ୍ୟାନେଜର ବିଜୟ କୁମାର କୁଜୁର, ବ୍ରହ୍ମପୁର ଜୋନ୍ ଡିଜିଏମ୍ ଏସ୍ ଏସ୍ ବୈରାଗୀ, ବେଗୁନିଆପଡ଼ା ବ୍ରାଞ୍ଚ ମ୍ଯାନେଜର କେ ଅର୍ଜୁନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ପଣ୍ଡା, ସରପଞ୍ଚ ଅରୁଣ କୁମାର ମାଝୀ, ସମିତି ସଭ୍ୟ ନାରାୟଣ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ।

ବହୁ ଦିନରୁ ବେଗୁନିଆପଡ଼ା ପାଇଁ ଏକ ଷ୍ଟେଟ୍ ବ୍ୟାଙ୍କର ଆବଶ୍ୟକ ଥିବା ବେଳେ ନୂତନ ବର୍ଷ ଆରମ୍ଭରେ ଏହି ବ୍ଯାକଂର ଶୁଭାରମ୍ଭ ହୋଇଛି ଯାହାକି ବେଗୁନିଆପଡ଼ା ଅଞ୍ଚଳର ଜନସାଧାରଣଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଚିଫ୍ ଜେନେରାଲ ମ୍ୟାନେଜର ନିଜ ବକ୍ତବ୍ୟରେ କହିଥିଲେ।ଏହି ଅବସରରେ ବ୍ଯାକଂ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।



