
ଏହି ଘଟଣାରେ ୧୨ ଛାତ୍ରଛାତ୍ରୀ କଲେଜରୁ ହେଲେ ବିଦା
ବ୍ରହ୍ମପୁର,୧୭/୧୧/୨୨/:: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ହରଡ଼ାଖଣ୍ଡି ଛକ ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ଛାତ୍ରୀଙ୍କୁ ରାଗିଂ କରିବା ଘଟଣାରେ ପୁଲିସ ୩ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ହରଡ଼ାଖଣ୍ଡ ଶାନ୍ତି ନଗର ଅଭିଷେକ ନାହାକ ,ଆସିକା ରୋଡ଼ ଗୁରୁମୂର୍ତି ପେଣ୍ଠର ଶ୍ରୀଧର ନାହାକ ଓ ଲକ୍ଷ୍ମୀ ବିହାର ପ୍ରଥମ ଲାଇନର ଆଦିତ୍ୟ କୁମାର ସାହୁ । ତାହା ଦୁଇନାବାଳଙ୍କୁ ବାଳସୁଧାର ଗୃହକୁ ପଠାଯାଇଥିବା ପୁଲିସ କହିଛି । ସୂଚନାଯୋଗ୍ୟ କି ବିନାୟକ ଆଚାର୍ଯ୍ୟ କଲେଜ ଭିତରେ କିଛି ବିଦ୍ୟାର୍ଥୀ ମିଶି ଯୁକ୍ତ ୨ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ କରିଥିଲେ । ଯାହାର ଭିଡିଓ ଭାଇରାଲ ସୋସିଆଲ ମେଡିଆରେ ଭାଇରଲ ହେବା ପରେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାହକଙ୍କ ସମେତ ଦୁଇ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ତାହା ସହ ତିନି ନାବାଳକଙ୍କୁ ମଧ୍ୟ ଜୁଭେଲାଇନ୍ ବୋର୍ଡ ରେ ହାଜର କରାଯାଇଛି । ଭାଇରାଲ୍ ଭିଡିଓ ରେ ଥିବା ପ୍ରାୟ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସମସ୍ଥଙ୍କ ବିଊଦ୍ଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବ୍ରହ୍ମପୁର ଏସ୍ ପି କହିଛନ୍ତି । ଅନ୍ୟପଟେ ଆଜି ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷା ଆଣ୍ଟି ରାଗିଂ କମିଟି ଏବଂ ଶୃଙ୍ଖଲାଗତ କମିଟି ସହ ଆଲୋଚନା କରିଛନ୍ତି । ଘଟଣା ପରେ କଲେଜ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ମହଲରୁ ନିନ୍ଦା ହେବା ପରେ ଆଜି ସକାଳୁ ବସିଥିଲା ଏଣ୍ଟି ରେଗିଂଙ୍ଗ୍ କମିଟିର ବୈଠକ । ବୈଠକରେ ଭାଇରଲ ଭିଡ଼ିଓକୁ ନେଇ ତର୍ଜମା କରାଯାଇଥିଲା ୭ ଭାଇରଲ ଭିଡ଼ିଓରେ ରହିଥିବା ଅଧିକାଂଶ ଛାତ୍ରଛାତ୍ରୀ ମାନେ ପୂର୍ବରୁ କଲେଜରେ ଦୁଷ୍ଟାମି ଯୋଗୁଁ ସେମାନଙ୍କ ପରିଚୟ ପତ୍ର ଜବତ କରି ତାଗିଦ୍ କରାଯାଇଥିଲା । ବର୍ତ୍ତମାନ ପୁଣି ଥରେ ସେମାନେ ଏଭଳି ରେଗିଂ କରିଛନ୍ତି । ରେଗିଂ ଦେଖୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଯେହେତୁ କୌଣସି ପ୍ରକାରର ପ୍ରତିରୋଧ କରିନଥିଲେ ତେଣୁ ଭାଇରଲ ଭିଡ଼ିଓରେ ରହିଥିବା ସମସ୍ତ ୧୨ ଛାତ୍ରଛାତ୍ରୀଙ୍କୁ କଲେଜରୁ ବାହାର କରିବା ନିମନ୍ତେ ଏଣ୍ଟି ରେଗିଂ କମିଟି ନିଷ୍ପତ୍ତି ନେଇଥିଲେ । ଏଣ୍ଟି ରେଗିଂଙ୍ଗ୍ ସେଲର ନିଷ୍ପତ୍ତି କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଏଣ୍ଟି ରେଗିଂ ସେଲର ସଂଯୋଜକ । ସେପଟେ ଏଭଳି ରେଗିଂ ଘଟଣାକୁ ନେଇ କଲେଜର ସମ୍ମାନ ତାହା ସମ୍ପୂର୍ଣ୍ଣ ରୂପେ ହାନୀ ହେଉଛି । ଯଦିଓ ପୂର୍ବରୁ ରେଗିଂକୁ ନେଇ କଲେଜ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯାଇଥିଲା । ତଥାପି ମଧ୍ୟ ଏଭଳି ରେଗିଂ ହେବା ଘଟଣା ନିଶ୍ଚିତ ଭାବେ ଚିନ୍ତାଜନକ । ଏହାଛଡ଼ା ଜଣେ ଝିଅକୁ ରେଗିଂ କରାଯାଉଥିବା ବେଳେ ଅନ୍ୟ ଝିଅ ମାନେ ତାହାକୁ ପ୍ରତିବାଦ ନ କରି ବରଂ ପରିସ୍ଥିତିର ମଜା ଉଠାଇବା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ଥିବା ତାହା ନିଆଯାଇଛି ସତ କିନ୍ତୁ କଲେଜ କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ ଆଗାମୀ ଦିନରେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି ବିନାୟକ ଆଚାର୍ଯ୍ୟ କଲେଜର ଛାତ୍ରୀ । କମିଟି ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି । ଗିରଫ ହୋଇଥିବା ଦୁଇ ଛାତ୍ରଙ୍କୁ କଲେଜ୍ ରୁ ବହିଷ୍କୃତ କରାଯାଇଛି । ତାହା ସହ ଏହି ଘଟଣାରେ ସଂପୃକ୍ତ ପ୍ରାୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବାଧ୍ୟତା ମୂଳକ ଟିସି ପ୍ରଦାନ କରି କଲେଜ୍ ରୁ ବିତାଡିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କହିଛନ୍ତି କଲେଜ୍ ଅଧ୍ଯକ୍ଷା ଡ଼ ପ୍ରମିଳା ଖାଡଙ୍ଗା। ଏହି ଘଟଣାରେ ସଂପୃକ୍ତ ଛାତ୍ର ଛାତ୍ରୀଙ୍କୁ ଯୁକ୍ତ ଦୁଇ ପରୀକ୍ଷାରୁ ନିବୃତ୍ତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବା କଲେଜ୍ ଅଧ୍ଯକ୍ଷା କହିଛନ୍ତି । ଗିରଫ ଛାତ୍ର ଆଭିଷେକ କଲେଜ୍ ରେ କେବେ ବିଶୃଙ୍ଖଳା କରିବି ନାହିଁ ଏବଂ ଯେବେ ବିଶୃଙ୍ଖଳା କରିବି କଲେଜ୍ ରୁ ବିତାଡିତ କରିବ ବୋଲି ଚଳିତ ବର୍ଷ ମାର୍ଚ୍ଚ ମାସ ୨୨ ତାରିଖରେ ଏକ ଅଣ୍ଡର୍ ଟେକିଙ୍ଗ୍ ଲେଖି ଦେଇଥିବା କଲେଜ୍ କର୍ତ୍ତୃପକ୍ଷ କହିଛନ୍ତି । ଭାଇରାଲ୍ ଭିଡ଼ିଓରେ ମଜା ନେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିଛନ୍ତି କଲେଜ ଅଧ୍ୟକ୍ଷା। ତେବେ ଭିଡିଓରେ ଥିବା ୧୨ ରୁ ୧୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ସମସ୍ତଙ୍କୁ କଲେଜରୁ ବହିଷ୍କୃତ କରିବା ପାଇଁ ନିଷ୍ପତି ନିଆଯାଇଥିବା କହିଛନ୍ତି କଲେଜ ଅଧ୍ୟକ୍ଷା ଏବଂ ଆଣ୍ଟି ରାଗିଂ କମିଟିର ସଦସ୍ୟମାନେ । ଅନ୍ୟପକ୍ଷରେ ସହରର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ବିନାୟକ ଆଚାର୍ଯ୍ୟ କଲେଜ ରେଗିଂ ଅଭିଯୁକ୍ତଙ୍କ ପାଇଁ ଗଂଜାମ ଓକିଲ ସଂଘର କୌଣସି ଓକିଲ ଓକାଲତନାମା ଦାଖଲ କରିନଥିବା ଜଣାପଡିଛି ।


