ଆଜି ହେଉଛି ମାର୍ଗଶିର ମାସର ପ୍ରଥମ ଗୁରୁବାର, ମା’ ଲକ୍ଷ୍ମୀଙ୍କ ପବିତ୍ର ମାଣଓସା, ଗାଁ ଠୁ ସହର ହୋଇଛି ଉତ୍ସବ ମୁଖର

87

ଜିଲ୍ଲା ଖବର ବ୍ୟୁରୋ ,୧୭/୧୧(ଜିଲ୍ଲା ଖବର) : ଆଜି ହେଉଛି ପବିତ୍ର ମାଣବସା, ପ୍ରତିବର୍ଷ ପରି ଏବର୍ଷ ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ମା ଲକ୍ଷ୍ମୀଙ୍କ ମାଣବସା ପାଳନ କରାଯାଇଛି, ମାର୍ଗଶିର ମାସର ପ୍ରଥମ ଗୁରୁବାର ଠରୁ ଶେଷ ଗୁରୁବାର ଯାଏ ମା ଲକ୍ଷ୍ମୀଙ୍କର ଏହି ପୂଜା ପାଳନ କରାଯାଇଥାଏ । ଏହି ଓସାକୁ ଓଡ଼ିଆଣୀ ମାନେ ବହୁ ଧୂମ ଧାମରେ ପାଳନ କରିଥାନ୍ତି । ମା ଲକ୍ଷ୍ମୀଙ୍କ ପୂଜା ହେଇଛି ପ୍ରତିଟି ଓଡ଼ିଆଙ୍କ ନିଜସ୍ବ ପର୍ବ, ଏହି ପର୍ବରେ କୈଣସି ଜାତିଭେଦ ନଥାଏ । ପ୍ରତିଟି ଓଡ଼ିଆଙ୍କ ଘରେ ଘରେ ଏହି ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରି ମହାଲକ୍ଷ୍ମୀଙ୍କୁ ଆବାହନ କରିଥାନ୍ତି । ପରିବାରକୁ ଦୁଃଖ ଦାରିଦ୍ରରୁ ରକ୍ଷା କରିବା ଲାଗି ମା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି ପ୍ରତିଟି ଓଡ଼ିଆଣୀ l

ମା ଲକ୍ଷ୍ମୀଙ୍କ ମାଣଓସା ପାଇଁ ପୂର୍ବଦିନ ରାତ୍ରୀରୁ ଗୃହଣୀ ମାନେ ଘରଦ୍ଵାର ଲିପା ପୋଛା କରି ନୂଆ ଚାଉଳ ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦ ଆଙ୍କଥାନ୍ତି । ଗୁରୁବାର ଭୋର ଗୃହଣୀମାନେ ଉଠି ସ୍ନାନ କରି ମା’ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିଥାନ୍ତି । ତାପରେ ମା ଲକ୍ଷ୍ମୀଙ୍କ ସମସ୍ତ ରିତି ନୀତି ଅନୁଶାରେ ପୂଜା ପାଠ କରା ଯାଇଥାଏ ।


ଏହି ପୂଜା କେଉଁ ଅନାଦି କାଳରୁ ପ୍ରଥା ପରମ୍ପାର ଅନୁଶାରେ ପ୍ରତିଟି ଓଡ଼ିଆଙ୍କ ଘରଘରେ ପୂଜା ପାଇଥାନ୍ତି ମା’ ଲକ୍ଷ୍ମୀ , ବର୍ଷକରେ ଥରେ ମାଙ୍କ ପୂଜାକଲେ ପରିବାରର ସୁଖ ସମ୍ପତି ମିଳିବା ସହ ପରିବାରର ଧନଧାନ୍ୟ ଓ ଅଭାବ ରହି ନଥାଏ ବୋଲି ପ୍ରବାଦ ରହିଛି । ଏଣୁ ଏହି ପୂଜା ଓଡ଼ିଆଙ୍କର ଏକ ଗଣ ପର୍ବ ଭାବେ ପଳନ କରାଯାଇଥାଏ । ମା ଲକ୍ଷ୍ମୀଙ୍କ ପୂଜା ପାଇଁ ଆଜି ଗାଁ ଠୁ ସହର ହୋଇଛି ଉତ୍ସବ ମୁଖର , ଘର ଘରେ ପୂଜା ପାଉଛନ୍ତି ମାଲକ୍ଷ୍ମୀ ।