
ଗୁଣୁପୁର୧୬/୧୧( ଜିଲ୍ଲା ଖବର) : ପ୍ରେସ ୟୁନିଅନ ତରଫରୁ ଜାତୀୟ ପ୍ରେସ ଦିବସ ଗୁଣୁପୁର ଆଇ ଟି ଡି ଏ ସଦ ଭାବନା ଗୃହ ରେ ଅନୁଷ୍ଠିତ ହୋଇଯାଇଛି ଏହି ଅବସର ରେ ପ୍ରେସ ୟୁନିଅନ ତରଫରୁ ଆୟୋଜିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଉପଖଣ୍ଡ ପୋଲିସ ଅଧିକାରୀ ବିକାଶ କୁମାର ବେହୁରା ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ର ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଚୌଧୁରୀ ବରିଷ୍ଠ ଆଇନଜୀବୀ ଏସ ଗଣପତି ରାଓ ସାମାଜିକ କର୍ମୀ ରମେଶ ଲିମା ଯୋଗ ଦେଇଥିବା ବେଳେ ପ୍ରେସ ୟୁନିଅନ ର ସଭାପତି ପ୍ରମୋଦ କୁମାର ସାହୁ ଏବଂ ସାଧାରଣ ସମ୍ପାଦକ ରାଜେଶ ପଣ୍ଡା ମଂଚାସୀନ ଥିଲେ ପ୍ରେସ ୟୁନିଅନ ଦ୍ୱାରା ମୁଖ୍ୟ ଆଲୋଚ୍ୟ ବିଷୟ “ପ୍ରେସ ଦିବସ ରେ ପ୍ରେସ, ପ୍ରଶାସନ, ପୋଲିସ ଏବଂ ପବ୍ଲିକ ” ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା ଅତିଥି ମାନେ ଗୁଣୁପୁର ପ୍ରେସ ୟୁନିଅନ ର ସମସ୍ତ ସଦସ୍ୟ ସ୍ୱାଭିମାନ ସ୍ୱାବଲମ୍ବୀ ଏବଂ ସମାଜ ପାଇଁ ସମର୍ପିତ ଥିବା କହିବା ସହ ଆଗକୁ ଏହି ଅଞ୍ଚଳ ପାଇଁ କିଛି ବିକାଶ ଏବଂ ଲୋକଙ୍କ ସାମୁହିକ ସମସ୍ୟା ନିଶ୍ଚୟ କରିପାରିବେ ବୋଲି ମତ ଦେଇ ଥିଲେ ଜାତୀୟ ପ୍ରେସ ଦିବସ ରେ ପ୍ରେସ ୟୁନିଅନ ତରଫରୁ ଗୁଣୁପୁର ସଦର ହସ୍ପିଟାଲ ରେ ସ୍ଥାୟୀ ଡାକ୍ତର ସମସ୍ୟା ର ସମାଧାନ ପାଇଁ ଗୁଣୁପୁର ଅଞ୍ଚଳବାସୀ ବୁଦ୍ଧିଜୀବୀ ଙ୍କ ସହଯୋଗ ରେ ଆଗାମୀ ଦିନ ଏକ ଆନ୍ଦୋଳନ କରାଯିବ ବୋଲି ପ୍ରେସ ୟୁନିଅନ ର ସମସ୍ତ ସଦସ୍ୟ ବଜ୍ର ଶପଥ ନେଇଥିଲେ ଅନ୍ୟ ସମସ୍ୟା ମଧ୍ୟ ରେ ଗୁଣୁପୁର କୁ ଜିଲ୍ଲା କରିବା, ଗୁଣୁପୁର ଠାରୁ ଥେରୁବାଲି ରେଳ ଲାଇନ ତ୍ୱରାନ୍ୱିତ କରିବା ସହ ଲୋକ ଙ୍କ ମୌଳିକ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ଏବଂ ଗୁଣୁପୁର ପ୍ରେସ ୟୁନିଅନ ଲୋକଙ୍କ ପାଇଁ ଲୋକଙ୍କ ସହ ଏବଂ ଲୋକଙ୍କର ବୋଲି ପ୍ରେସ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁ ସୂଚନା ଦେଇ ଥିଲେ ଏହି ବୈଠକ ରେ ପ୍ରେସ ୟୁନିଅନ ର ଆବାହକ ଅନିଲ ସାହୁକାର ରବୀନ୍ଦ୍ର ମୋହିନୀ ଜିତେନ୍ଦ୍ର ଶତପଥୀ ରାମ ନାୟକ ସତ୍ୟ କର ବ୍ରଜ ପାଢ଼ୀ କାଳିଆ ରଥ ସନ୍ତୋଷ ଗୁରୁ ପ୍ରମୁଖ ଯୋଗ ଦେଇ ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ କାର୍ୟ୍ୟକ୍ରମ ରେ ସ୍ୱାଗତ ଏବଂ ଧନ୍ୟବାଦ ଭାଷଣ ଜିତେନ୍ଦ୍ର ଶତପଥି ଦେଇ ଥିଲେ|





