
ଆସିକା,୧୦/୧(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ବ୍ଲକ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ୩୫ତମ ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଆପଟ ଆନୁଷ୍ଠାନିକ ଭାବେ ଏହି ବାର୍ଷିକ କ୍ରିଡା ଉତ୍ସବକୁ ଉଦଘାଟନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କ୍ରିଡା ମଶାଲ ନଗର ପରିକ୍ରମା କରାଯାଇ ଖେଳ ପଡିଆ ଠାରେ ପହଁଚିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଆପଟ କ୍ରିଡା ପତାକା ଉତୋଳନ କରିବା ପରେ ବାର୍ଷିକ କ୍ରିଡା ଆରମ୍ଭ ହୋଇଥିଲା । ଏହି କ୍ରିଡା ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପ୍ରଦର୍ଶନ ସାଙ୍ଗକୁ ଖେଳରେ ଉନ୍ନତି କରିବା ପାଇଁ ପରାମର୍ଶ ଦେଇଥିଲେ ।
ଦୈାଡ ପ୍ରତିଯୋଗିତା,ହାଇଜମ୍ପ,ଲଙ୍ଗ ଜମ୍ପ,ପୁଟିଙ୍ଗ ଥ୍ରୋ,ଡିସକସ ଥ୍ରୋ,ଜାଭଲିନ ଥ୍ରୋ ସମେତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କେନ୍ଦୁପଦର ମହାବିଦ୍ୟାଳୟ କ୍ରିଡା ଶିକ୍ଷକ ସୁଶାନ୍ତ କୁମାର ବେହେରା,ପୁଚିଲିମା ହାଇସ୍କୁଲ କ୍ରିଡା ଶିକ୍ଷକ ଭି.ଯୁଧିଷ୍ଟିର,ଶିକିରି ହାଇସ୍କୁଲ କ୍ରିଡା ଶିକ୍ଷକ ଅରୁଣ କୁମାର ସାମନ୍ତ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ପ୍ରାୟ ୨ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ କ୍ରିଡାରେ ଅଂଶଗ୍ରହଣ କରିଥିବା ବେଳେ ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହ ଯୋଗ କରିଥିଲେ ।



