Saturday, November 14, 2026
Home ଆଞ୍ଚଳିକ ଉତ୍କଳ ସାମ୍ବାଦିକ ସଂଘ ଆସ୍କା ପାଳନ କଲା ଜାତୀୟ ପ୍ରେସ ଦିବସ, ଯୋଗଦେଲେ ସୂଚନା ଓ...

ଉତ୍କଳ ସାମ୍ବାଦିକ ସଂଘ ଆସ୍କା ପାଳନ କଲା ଜାତୀୟ ପ୍ରେସ ଦିବସ, ଯୋଗଦେଲେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ

79

ଆସିକା,୧୬/୧୧(ଜିଲ୍ଲା ଖବର) : ଆସ୍କା ଶାଖା ସଭାପତି କ୍ଷୀରୋଦ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ସୂଚନା ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇ ସାମ୍ବାଦିକ ମାନଙ୍କ ପାଇଁ ଲାଗୁ କରାଯାଇଥିବା ସ୍ୱାସ୍ଥ୍ୟ ବୀମା ରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରହିଥିବା କହିଥିଲେ lମୁଖ୍ୟ ବକ୍ତା ଆସିକା ତହସିଲଦାର ସଞ୍ଜୟ ସାମନ୍ତରାୟ, ସମ୍ମାନିତ ଅତିଥି ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ଏନ.ଏ.ସି ଅଧକ୍ଷା ବିନେତା ସ୍ୱାଇଁ, ଆସିକା ବ୍ଲକ ଉପାଧ୍ୟକ୍ଷା ରେଶ୍ମା ଦୋରା ,

ଆସିକା ସେଣ୍ଟ୍ରାଲ ବ୍ୟାଙ୍କ୍ ସଭାପତି ମଙ୍ଗଳୁ ସାହୁ, ଆସିକା ଚିନି ଶିଳ୍ପ ସଭାପତି ରବୀନ୍ଦ୍ର ପଣ୍ଡା,ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଅନୀଲ କୁମାର ପଟ୍ଟନାୟକ,ଯୋଗଦେଇ ଆଜିର ସମାଜରେ ଗଣ ମାଧ୍ୟମର ଭୂମିକା ଅତୁଳନୀୟ ବୋଲି କହିଥିଲେ l ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ଉପସଭାପତି ଅନୀଲ ପାଣିଗ୍ରାହୀଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଚିକେତା ସ୍ୱାଇଁ,ଶିବ ନାହାକ,ଭଗବାନ ସାହୁ, ସତ୍ୟନାରାୟଣ ସ୍ୱାଇଁ,ଟୁଲୁ ଜେନା , ତନୁଲତା ବିଷୋୟୀ,ବି ମନୋଜ କୁମାର ବେହେରା, ଅଶ୍ଵିନୀ ବିଷୋୟୀ,ପ୍ରତାପ ଚନ୍ଦ୍ର ବେହେରା, ସଚିତାନନ୍ଦ ରାଉତ, କାଉନସିଲର ନିରଞ୍ଜନ ଜେନା, ସରୋଜ ଭଞ୍ଜ, ନିଗମାନନ୍ଦ ରାଉତ।

ହୃଦାନନ୍ଦ ଜେନା, ମନୋଜ ଗୌଡ, କାଳୁ ମହାପାତ୍ର, ଏହି କାର୍ଯ୍ୟକ୍ରମରେ ସହଯୋଗ ସାମ୍ବାଦିକ ପୀତବାସ ଦାସ, ରତ୍ନାକର ସୀୟ, କମାଲେନ୍ଦୁ ହୋତା, ଜଗନ୍ନାଥ ସାହୁ, ମନୋଜ ସାହୁ, ସନାତନ ବେହେରା, ଶକ୍ତି ପ୍ରସାଦ କର,ପ୍ରଶାନ୍ତ କୁମାର ମୁନି, ଅଖିଳ କୁମାର ପଟ୍ଟନାୟକ ଶିବରାମ ଶୀୟ,ବାଲ୍ମୀକି ବିଷୋୟୀ, ମନୋଜ କୁମାର ନାୟକ, ନରେନ୍ଦ୍ର ସାହୁ,ବଳରାମ ସାହୁ ଉପସ୍ଥିତ ଥିଲେ l