
ଭଞ୍ଜନଗର-୧୫/୧୧(ଜିଲ୍ଲା ଖବର) : ନଭେମ୍ବର୧୫ ସହିଦ ବିରଷା ମୁଣ୍ଡା ଙ୍କ ଜୟନ୍ତୀ ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା ବିରାଟ ଆଦିବାସୀ ମେଳି ।ଆଦିବାସୀ ମାନେ ସେମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସରକାର ଙ୍କ ବିରୋଧୀ ସ୍ଲୋଗାନ ଦେଇଥିଲେ।ଭଞ୍ଜନଗର ଆଖପାଖ ସୋରଡା, ଜଗନ୍ନାଥ ପ୍ରସାଦ ଆଦି ଅଞ୍ଚଳର ଆଦିବାସୀ କିପରି ସୋସିତ ହୋଉ ଛନ୍ତି ସେ ବିଷୟରେ ଉପଜିଲ୍ଲାପାଳଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ।ଆଦିବାସୀ ମାନଙ୍କ ଜଙ୍ଗଲ ଜମି ଉପରେ ଅଧିକାର ଖୁର୍ଣ୍ଣ ହୋଉ ଥିବା ଆଇନକୁ ବିରୋଧ କରିଥିଲେ।କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ପ୍ରତ୍ୟାହାର ଓ ଆଦିବାସୀ ଅଂଚଳରେ କମ୍ପାନୀ ରାଜ ଵିରୋଧ ରେ ବହୁ ଆଦିବାସୀ ନେତା ବର୍ଷି ଥିଲେ ଓ ଶେଷରେ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦନ କରିଥିଲେ। ଏହି ଆଦିବାସୀ ମେଳିରେ ବିଶିଷ୍ଟ ଶ୍ରମିକ ନେତା ହରେକୃଷ୍ଣ ସାହୁ,କୃଷକ ନେତା ଦିଲ୍ଲୀପ ପଗଡ, ଟୁନା ମଲ୍ଲିକ ,ଶଙ୍କର ପ୍ରମୁଖ ଯୋଗଦେଇ ଥିଲେ |


