Wednesday, November 11, 2026
Home ଆଞ୍ଚଳିକ ଗୋବରାରେ ବ୍ଳକ୍ ସ୍ତରୀୟ ବରିଷ୍ଠ କଳାକାର ବୈଠକ

ଗୋବରାରେ ବ୍ଳକ୍ ସ୍ତରୀୟ ବରିଷ୍ଠ କଳାକାର ବୈଠକ

12

ବେଲଗୁଣ୍ଠା,୧୫/୧୧,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ବୈକୁଣ୍ଠ ନାଥ ମନ୍ଦିର ପ୍ରାଙ୍ଗଣରେ ବେଲଗୁଣ୍ଠା ବ୍ଳକ୍ ବରିଷ୍ଠ କଳାକାର ମାନଙ୍କର ଏକ ବ୍ଳକ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଓ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ,ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ ଗୋବରା ଠାରେ ପହଞ୍ଚିବା ପରେ ସେଠାରୁ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପଶୁମୁଖା ନୃତ୍ୟ ଏବଂ ପାରମ୍ପରିକ ବାଦ୍ୟ ବାଜଣା ମଧ୍ୟରେ ସେମାନଙ୍କୁ ପାଛୋଟି ନିଆଯାଇଥିଲା ଓ ବିଧାୟକ ଶ୍ରୀ ସ୍ଵାଇଁ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ୟ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଓ ବେଲଗୁଣ୍ଠା ବ୍ଳକ୍ ର ଯେପରି ଜଣେ ବି କଳାକାର ଭତ୍ତା ପାଇବାରୁ ବଞ୍ଚିତ ନହେବେ ସେଥିପ୍ରତି ନିଜେ ସ୍ଵତନ୍ତ୍ର ଦୃଷ୍ଟି ଦେବେ ବୋଲି ବିଧାୟକ ଶ୍ରୀ ସ୍ୱାଇଁ କଳାକାର ମାନଙ୍କୁ ପ୍ରତିଶୃ୍ତି ଦେଇଥିଲେ ଓ ଏହା ସହିତ ସରକାରଙ୍କ ବିଭିନ୍ନ ଯୋଜନାରେ କଳାକାର ମାନେ କିପରି ଅନ୍ତର୍ଭୁକ୍ତ ହୋଇପାରିବେ ସେନେଇ ସଚେତନତାର ଆବଶ୍ୟକ ରହିଛି ବୋଲି ସେ ପ୍ରକାଶ କରିଥିଲେ ଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ନାୟକ ବିଭିନ୍ନ କଳା ମାଧ୍ୟମରେ ସେମାନଙ୍କୁ ସ୍ୱାଗତ କରିଥିବା କଳାକାର ମାନଙ୍କର କଳାକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହି କଳାକୁ ବଞ୍ଚାଇ ରଖିବା ପାଇଁ ସେ କଳାକାର ମାନଙ୍କୁ ନିବେଦନ କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ କ୍ଷତ୍ରୀୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ଗୋବରା ସମିତିସଭ୍ୟ ବିଭୁ ପାଦ ଜେନା, କଳା ସଂସ୍କୃତି ସଂଘର ବ୍ଳକ୍ ସଭାପତି ନିକୁଞ୍ଜ ଖଣ୍ଡୁଆଳ,ଦକ୍ଷିଣ ଓଡ଼ିଶା ବରିଷ୍ଠ ନାଟ୍ୟକାର ପ୍ରଫୁଲ୍ଲ ବେହେରା, ବରିଷ୍ଠ ନାଟ୍ୟକାର ଓ ନିର୍ଦ୍ଦେଶକ ସୁର ଜେନା ପ୍ରମୁଖ ଯୋଗ ଦେଇଥିଲେ ଓ ଆଜିର ଏହି କାର୍ୟ୍ୟକ୍ରମରେ ୮୦ ରୁ ଊର୍ଦ୍ଧ୍ୱ କଳାକାର ଯୋଗ ଦେଇଥିଲେ ଓ ଯୁବ ସମାଜସେବୀ ରାମଚନ୍ଦ୍ର ବିଶ୍ଵାଳ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଯୁବ କଣ୍ଠଶିଳ୍ପୀ ଦଣ୍ଡପାଣି ବରାଡ ଶାନ୍ତି ସଙ୍ଗୀତ ପରିବେଷଣ କରିଥିଲେ ଓ ଶେଷରେ କଳାକାର ସଙ୍ଘ ର ସଂଯୋଜକ ଈଶ୍ୱର ଗୌଡ଼ ଧନ୍ୟବାଦ ଦେଇଥିଲେ
।