Thursday, November 12, 2026
Home ଆଞ୍ଚଳିକ ଧରାକୋଟ,ଗାଁ କଲ୍ୟାଣ ସମିତି ପୁରସ୍କୃତ

ଧରାକୋଟ,ଗାଁ କଲ୍ୟାଣ ସମିତି ପୁରସ୍କୃତ

52

ଧରାକୋଟ,୧୫/୧୧(ଜିଲ୍ଲା ଖବର) : ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଗାଁ କଲ୍ୟାଣ ସମିତି ଚଳିତ 2022/23 ବର୍ଷ ପାଇଁ ଜିଲ୍ଲା ସ୍ତରରେ ପ୍ରଥମ ପୁରସ୍କାର ହାସଲ କରିଛି । ଆଜି ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ପୃଥକ ପୃଥକ ଭାବରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଦାକ୍ତର ଏମ ଭି କେ ଅଶୋକ, ବି ପି ଏମ ଗୋଲକ ନାରାୟଣ ଗାରିଆଗଡୁ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁନିଲ ପ୍ରଭା ରଥ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉମା ଶଙ୍କର ମିଶ୍ର ଓ ଡି ପି ଏମ ଶ୍ୟାସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପରିବେଶର ପରିଚ୍ଛନ୍ନତା, ଗାଁ ସଫା ସୂତରା,ସ୍ବାସ୍ଥ୍ୟ ସମ୍ପର୍କୀୟ ସଚେତନତା,କୋଭିଡ ର ସଫଳ ପରିଚାଳନା ସହ ସମସ୍ତ ଖର୍ଚ୍ଚର ସଦୁପଯୋଗ ପାଇଁ ଚଳିତ ବର୍ଷ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ଭାବେ ପୁରସ୍କୃତ କରାଯାଇଛି । ପ୍ରକାଶ ଯୋଗ୍ୟ ଚଳିତ ବର୍ଷ ଏହି ସ୍ବାସ୍ଥ୍ୟ କେନ୍ଦ୍ର କୁ କୟାକଳ୍ପ ପୁରସ୍କାର ମଧ୍ୟ ମିଳିଛି।