ଆସିକା,୧୦/୦୧(ଖିରୋଦ ଚନ୍ଦ୍ର ବେହେରା) ; ଜାତୀୟ ସଡକ ସପ୍ତାହ ଜାନୁୟାରୀ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପି ପାଳନ କରାଯାଇଥାଏ । ଏହି ଅବସରରେ ଆସିକା ବ୍ଲକ ଶିକ୍ଷା ଅଧିକାରୀ ଅଧିନ ୧୩ଟି କ୍ଲଷ୍ଟର ପକ୍ଷରୁ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସଡକ ସପ୍ତାହ ଉଦ୍ଦେଶ୍ୟରେ ସୁରକ୍ଷୀତ ରହିଲେ ସୁଖୀ ରହିବେ ବିଷୟକୁ ଭିତିକରି ଛାତ୍ରଛାତ୍ରୀ ମାନେ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ସହ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠୀ ହୋଇଥିଲା । ଏବିଇଓ ଭାଗିରଥୀ ପାତ୍ରଙ୍କ ତତ୍ୱାବାଧାନରେ ଆସିକା ବ୍ଲକ ୨୭ଟି ପଚାଂୟତ ଅଧିନ ୧୩ଟି କ୍ଲଷ୍ଟରର ବିଦ୍ୟାଳୟର ୩୪ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବରିିତାରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ପ୍ରଧାନ ଶିକ୍ଷକ ଜୁୟରାମ ନାୟକ, ମମତା ବେହେରା, ସନ୍ତୋଷ ବେହେରା,ସିଦ୍ଧାର୍ଥ ଶଙ୍କର ପାଢୀ,ରାମନାଥ ପଟ୍ଟନାୟକ,ବିଶ୍ୱନାଥ ସେଠି ପ୍ରମୁଖ ପରିଚାଳନା କରିଥିଲେ । ଏହି ୩୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।



