Thursday, November 12, 2026
Home ଆଞ୍ଚଳିକ ଧଉଗାଁରେ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

ଧଉଗାଁରେ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

111

ଧରାକୋଟ,୧୪/୧୧(ଜିଲ୍ଲା ଖବର) : ଧରାକୋଟ ବ୍ଲକର ଧଉଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ପ୍ରଜପିତା ବ୍ରହ୍ମା କୁମାରୀଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଜୀ. ଦାମୋଦର ପଲ୍ଲୀ ଶାଖା କେନ୍ଦ୍ରୀୟ ଶିବ ବରଦନି ଭବନ ଆନୁକୁଲ୍ୟରେ ସ୍ବାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ମହା ସମାରୋହର ସହ ପାଳନ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ଭାରତ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ରମାକାନ୍ତ ପାଣିଗ୍ରାହୀ,ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କ ପତ୍ନୀ ଡକ୍ଟର ପ୍ରତିଭା ମହାରଥୀ ଯୋଗଦେଇ ସଙ୍ଗମ ଯୁଗରେ ମଣିଷ କିପରି ସକରାତ୍ମକ ଚିନ୍ତାଧାରା ଓ ଆନନ୍ଦମୟ ଜୀବନ ଜିଁଇବାର କଳା ଆପଣାଇ ପାରିବ ସେ ସମ୍ପର୍କରେ ଅବଗତ କରାଇ ଥିଲେ। ନୟାଗଡ଼ ଜିଲ୍ଲା ପ୍ରାଜପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ର ମୁଖ୍ୟ ସଞ୍ଚାଲିକା ରାଜ ଯୋଗିନୀ ମିନି ଦିଦି ଏଥିରେ ଯୋଗ ଦେଇ ପରମ ପିତାଙ୍କ ମୁଖ ନିସୃତ ବାଣୀ ଉଲ୍ଲେଖ କରି ଶାନ୍ତି ମାର୍ଗରେ ମଣିଷ କିପରି ପରିଚାଳିତ ହେବ ସେ ସମ୍ପର୍କରେ ମତ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ଆସିକା ବାର ଏସୋଶିଏସନ ର ସଭାପତି ସୁରେନ୍ଦ୍ର ନାଥ ପଣ୍ଡା,ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଶର୍ମା,ସରପଞ୍ଚ ପ୍ରତିନିଧି ସଞ୍ଜୟ ପାତ୍ର ଓ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଆରଶୁଲୁ ପାତ୍ର ପ୍ରମୁଖ ଜଗତ କଲ୍ୟାଣ ପାଇଁ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ । ବ୍ରହ୍ମ କୁମାର ସୁବାସ ଭାଇ ଏହାର ପରିଚାଳନା କରିଥିବା ବେଳେ ବ୍ରହ୍ମା କୁମାରୀ ଯମୁନା ଭଉଣୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।