251 କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପାଇଁ ଭୂମି ପୂଜନ, ସାମିଲ ହେଲେ ହଜାର ହଜାର ଭକ୍ତ

45

ଖଡ଼ିଆଳ,୧୨/୧୧(ଜିଲ୍ଲା ଖବର) : ନାରୀ ସଶକ୍ତି କରଣ ଶ୍ରଦ୍ଧା ସମ୍ବର୍ଦ୍ଧନ 251 କୁଣ୍ଡିୟ ଗାୟତ୍ରୀ ଯଂଜ୍ଞ ପାଇଁ ନୂଆପଡା ଜିଲ୍ଲା ସିନାପାଲି ସହରରେ ଭୂମି ପୂଜନ ଅନୁଷ୍ଠିତ l ଏଥିରେ ସାମିଲ ହେଲେ ହଜାର ହଜାର ଭକ୍ତ l ପଡୋଶୀ ଛତିଶଗଡ଼ ରାଜ୍ୟ ସମେତ କଳାହାଣ୍ଡି, ବଲାଙ୍ଗୀର ସମେତ ବିଭିନ୍ନ ଜିଲ୍ଲାର ଭକ୍ତ ମାନେ ଯୋଗ ଦେଇଛନ୍ତି l ଆସନ୍ତା ବର୍ଷ ଜାନୁଆରୀ ମାସରେ ହେବାକୁ ଥିବା 251 କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଛି l ଏହା ଓଡିଶା ରାଜ୍ୟରେ ଦ୍ୱିତୀୟ ଥର ପାଇଁ 251 କୁଣ୍ଡିୟ ଗାୟତ୍ରୀ ଯଜ୍ଞ ହେବାକୁ ଥିବା ନେଇ ସୂଚନା l ଏହି କାର୍ଯ୍ୟକ୍ରମ ରେ ଖଡ଼ିଆଳ ବିଧାୟକ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇଛନ୍ତି l