Wednesday, November 11, 2026
Home ଆଞ୍ଚଳିକ ବିଶ୍ଵ ନିମୋନିଆ ଦିବସ ପାଳନ

ବିଶ୍ଵ ନିମୋନିଆ ଦିବସ ପାଳନ

86

ଧରାକୋଟ,୧୨/୧୧(ଜିଲ୍ଲା ଖବର) : ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଆର. ଦାମୋଦର ପଲ୍ଲୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ବିଶ୍ଵ ନିମୋନିଆ ଦିବସ ସ୍ବାସ୍ଥ୍ୟ କେନ୍ଦ୍ର ର ଭରପ୍ରାପ୍ତ ଅଧିକାରୀ ଡା. ଏମ ଭି କେ ଅଶୋକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ବିନାୟକ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହିଳା ସ୍ବାସ୍ଥ୍ୟ କର୍ମୀ ସବିତା ମହାନ୍ତି ସହଯୋଗ ପ୍ରଦାନ କରିଥିଲେ। ଏହି ଅବସରରେ ନିମୋନିଆ ରୁ ଶିଶୁ ଓ ବୟସ୍କ ବ୍ୟକ୍ତିଙ୍କୁ କିପରି ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଥଣ୍ଡା,କାଶ,ସର୍ଦ୍ଦି ଓ ଛିଙ୍କ ଲଗାତାର ହେଲେ ଏହା ନିମୋନିଆ ର ଲକ୍ଷଣ ମନେ କରାଯାଇ ତୁରନ୍ତ ଏହାର ପରୀକ୍ଷଣ କରାଯିବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ବିନାୟକ ସାହୁ ପ୍ରକାଶ କରିଛନ୍ତି। ଏହି ସମସ୍ତ ସୁବିଧା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ଉପଲବ୍ଧ ରହିଥିବା ସେ ସୂଚନା ଦେଇଛନ୍ତି। ଆଜି ଏହି ଅବସରରେ ଏକ ସଚେତନତା ମୂଳକ ରାଲି ଆର ଦାମୋଦର ପଲ୍ଲୀ ଗ୍ରାମରେ ଅନୁଷ୍ଠିତ ହୋଇଥିଲା।