Home ଆଞ୍ଚଳିକ ଧାନମଣ୍ଡି ଉଦଘାଟନ

ଧାନମଣ୍ଡି ଉଦଘାଟନ

26

ଆସିକା,୧୦/୧(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ବ୍ଲକ ବାବନପୁର ପଚାଂୟତ ଧାନ ମଣ୍ଡି ଉଦଘାଟନ ହୋଇଛି । ସ୍ଥାନୀୟ ସରପଚଂ ସୈାଦାମିନୀ ନାୟକ ଏହାକୁ ଉଦଘାଟନ କରିଥିବା ବେଳେ ସମିତିସଭ୍ୟା ନିର୍ମଦା ମୁନୀ,ବ୍ଲକ ଯୋଗାଣ ଅଧିକାରୀ ଜୟରାମ ଲେଙ୍କା,ଜିଲ୍ଲା ପରିଷଦ ଶିବ ମହାନ୍ତି,ପୂର୍ବତନ ଜିଲ୍ଲା ପରିଷଦ ଅନିଲ ନାୟକ,ସିମାଚଂଳ ପାତ୍ର,ଲକ୍ଷ୍ମି ନାୟକ ପ୍ରମୁଖ ଯୋଗ ଦେଇଥିଲେ । ରଘୁନାଥ ଏସଏଚଜି ମହିଳା ଗ୍ରୁପକୁ ଏହି ଧାନମଣ୍ଡି ଦାୟିତ୍ୱ ଦିଆଯାଇଛି । ସ୍ଥାନୀୟ ପଞ୍ଜିକରଣ ଚାଷି ମାନଙ୍କର ସରାକରୀ ଧାର୍ଯ୍ୟ ମୁଲ୍ୟରେ ଠିକ ଓଜନ କରି ଧାନ କ୍ରୟ କରାଯାଇ ଅନଲାଇନ ମାଧ୍ୟମରେ ଚାଷିଙ୍କ ବ୍ୟାଙ୍କ ଖାତାରେ ଟଙ୍କା ପଠାଯିବ ବୋଲି ଯୋଗାଣ ଅଧିକାରୀ ସୂଚନା ପ୍ରଦାନ କରିଥିଲେ ।