
ଭଞ୍ଜନଗର-୧୦/୧୧(ଜିଲ୍ଲା ଖବର) : ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ କୁମ୍ପାପଡା ସରପଞ୍ଚ ଓ ସମର୍ଥକ ଙ୍କ ସମେତ ଅନେକ କର୍ମୀ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବା ସହ ନିର୍ବାହୀଅଧିକାରୀଙ୍କ ବଦଳି ଦାବି କରିଥିଲେ । କୁମ୍ପାପଡା ରେ ଉଭୟ ସରପଞ୍ଚ ଓ ସମିତିସଭ୍ୟ ବିଜେପି ସମର୍ଥିତ ବିଜୟ ଲାଭ କରିଥିବାରୁ ପଂଚାୟତରେ କୌଣସି ଉର୍ଣ୍ଣତି ମୂଳକ କାର୍ଯ୍ୟ କରାଇଦେଉ ନାହାନ୍ତି । ବାଚସ୍ପତି ଙ୍କ ନିର୍ବାଚନୀ ମଣ୍ଡଳୀରେ ଦଳୀୟ ମନୋଭାବ ନେଇ ଏଭଳି କାର୍ଯ୍ୟକୁ ସବୁଠି ନିନ୍ଦା କରାଯିବା ସହ ଜାଣିଶୁଣି ବ୍ଲକ ପ୍ରଶାସନ ପଂଚୟତକୁ ନିଜ ହକ ରୁ ବଂଚିତ କରୁଛନ୍ତି । ପଂଚାୟତ ନିର୍ବାହୀ ଅଧିକାରୀ ଙ୍କ ସହାୟତାରେ କୌଣସି ବିକାସ ମୂଳକ କାର୍ଯ୍ୟ କରାଯାଉ ନାହିଁ । ନିର୍ବାଚନ ର ଆଠ ମାସ ପରେ ମଧ୍ୟ ସରପଞ୍ଚ ଙ୍କୁ କୌଣସି ଅଧିକାର ଦିଆଯାଉନି । ଏପରିକି ପଂଚୟତ ର ଜିନିଷ ପତ୍ର ଲୁଟି ନେଉଛନ୍ତି । ଏ ସଂପର୍କରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବ୍ଲକ ପ୍ରଶାସନ ଶୁଣୁନଥିବା ବେଳେ ଆଜି ପଞ୍ଚାୟତ ବାସୀ ବ୍ଲକ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । ବ୍ଲକ ବିଡ଼ିଓ ଏକ ମାସମଧ୍ୟରେ ଏହି ସମସ୍ୟା ଦୂର କରିବାକୁ ପ୍ରତିଶୃତି ଦେବା ପରେ ସରପଞ୍ଚ ଓ ସମର୍ଥକ ମାନେ ଧାରଣାରୁ ଉଠିଥିଲେ । ଏକ ମାସ ମଧ୍ୟରେ ଏହାର ସମାଧାନ କରାନଗଲେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ପଂଚାୟତ ବାସୀ ଚେତାବନୀ ଦେଇ ଫେରିଛନ୍ତି ।


