Home ଆଞ୍ଚଳିକ ଶାସକ ନେତା ଚାହିଁଲେ ବଦଳୁଛି ମାଟ୍ରିକ ପରୀକ୍ଷା ସେଣ୍ଟର, ସରକାରୀ ସ୍କୁଲରେ ଉତ୍ତେଜନା

ଶାସକ ନେତା ଚାହିଁଲେ ବଦଳୁଛି ମାଟ୍ରିକ ପରୀକ୍ଷା ସେଣ୍ଟର, ସରକାରୀ ସ୍କୁଲରେ ଉତ୍ତେଜନା

16

ବଡମ୍ବା,୧୦/୧୧(ଜିଲ୍ଲା ଖବର):ଶାସକ ନେତା ଚାହିଁଲେ ବଦଳୁଛି ମାଟ୍ରିକ ପରୀକ୍ଷା ସେଣ୍ଟର।ଏହିଭଳି ଏକ ଅଭିଯୋଗ ଆସିଛି କଟକ ମାଣିଆବନ୍ଧ ଗାଁରୁ। କିଛି ନ୍ୟର୍ଥସ୍ୱାର୍ଥ ବ୍ୟକ୍ତି ବିଶେଷ ଓ ରାଜନେତା ମିଳିମିଶି କରୁଛନ୍ତି ମ୍ୟାଟ୍ରିକ ସେଣ୍ଟର ଅଦଳବଦଳ। ମାଣିଆବନ୍ଧ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଦଶମ ଛାତ୍ରଛାତ୍ରୀ ଙ୍କର ସେଣ୍ଟର ବଡମ୍ବା ବାଳିକା ଉଚ୍ଚ ବିଦ୍ୟାଳୟ ପଡ଼ିଥିବାରୁ ଛାତ୍ରଛାତ୍ରୀ ମାନେ ଆଜି ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା କରିଛନ୍ତି। ମାଣିଆବନ୍ଧ ରୁ ବଡମ୍ବା ସେଣ୍ଟରର ଦୂରତା ୧୨କିମି ଅଟେ। କିନ୍ତୁ ବୋର୍ଡ ନିଷ୍ପତ୍ତି ଅନୁଯାୟୀ ସେଣ୍ଟର ୫କିମି ଭିତରେ ରହିବା କଥା। ଏଣୁ ଏହିଭଳି ଅନିୟମିତତା କୁନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଆଜି ସ୍କୁଲ ଫାଟକ ସମ୍ମୁଖରେ ଧାରଣା ରେ ବସିଛନ୍ତି।ଅନ୍ୟପଟେ ସ୍କୁଲ ରେ ପାଠ ପଢ଼ୁଥିବା କିଛି ପିଲା ମାନେ ୧୨କିମି ଯିବାକୁ ଆର୍ଥିକ ସମ୍ବଳ ନଥିବାରୁ ସେମାନେ ଗାଡିରେ ଯିବାକୁ ଅସମର୍ଥ ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ମଧ୍ୟ ଏକ ଲିଖିତ ଦାବିପତ୍ର ବଡମ୍ବା ବ୍ଲକ ଶିକ୍ଷା ଅଧିକାରୀ, ସ୍କୁଲ ପ୍ରଧାନ ଶିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି।