Saturday, November 14, 2026
Home ଆଞ୍ଚଳିକ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ର ପାଇଲା କାୟାକଳ୍ପ ପୁରସ୍କାର

ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ର ପାଇଲା କାୟାକଳ୍ପ ପୁରସ୍କାର

28

ଧରାକୋଟ,୧୦/୧୧(ଜିଲ୍ଲା ଖବର) : ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ତରଫରୁ ଗଠନ କରାଯାଇଥିବା ଟିମ ଦ୍ଵାରା ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମାଣିକ୍ୟପୁର ଓ ଜାହାଡା ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ କାୟାକଳ୍ପ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ମାନ ନିର୍ଦ୍ଧାରଣରେ ସହାୟକ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ,ପରିମଳ,ଉତ୍ତମ ବ୍ୟବହାର,ପରିବେଶର ପରିଷ୍କାର, ପରିଚ୍ଛନ୍ନ,ଲେବର ରୁମ୍ ଓ ଅସ୍ତ୍ରୋପଚାର ଗୃହ ର ଉତ୍ତମ ଆନୁଷଙ୍ଗିକ ବ୍ୟବସ୍ଥା ସହ ବାହ୍ୟ ସାଜସଜ୍ଜା ଏବଂ ରେକର୍ଡ ସର୍ବେକ୍ଷଣ ପାଇଁ ଏହି ପୁରସ୍କାର ମିଳିଛି । ଆଜି ବ୍ରହ୍ମପୁର ଟାଉନ ହଲ ଥରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଠାରୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର mvk ଅଶୋକ ଏହି ପୁରସ୍କାର ଗ୍ରହଣ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦାକ୍ତର ଉମା ଶଙ୍କର ମିଶ୍ର, ଡି ପି ଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ବି ପି ଏମ ଗୋଲକ ନାରାୟଣ ଗରିଆଗାଡୁ, ମାଣିକ୍ୟପୁର ଫାର୍ମାସିଷ୍ଟ ପ୍ରଦୀପ ହୋତା ଓ ଜାହାଡା ଫାର୍ମାସିଷ୍ଟ ତାରାକାନ୍ତ ସେନାପତି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।