Wednesday, October 14, 2026
Home ଅପରାଧ ମଦ୍ୟପ ଯୁବକ ମାନଙ୍କ ସଂଘବଦ୍ଧ ଆକ୍ରମଣରେ ୯୦ ବର୍ଷିୟ ବୃଦ୍ଧା ଗୁରୁତର

ମଦ୍ୟପ ଯୁବକ ମାନଙ୍କ ସଂଘବଦ୍ଧ ଆକ୍ରମଣରେ ୯୦ ବର୍ଷିୟ ବୃଦ୍ଧା ଗୁରୁତର

32
Image: Google

ଆସିକା,୧୦/୧(ଖିରୋଦ ଚନ୍ଦ୍ର ବେହେରା) ; ଜାହାଡା ଗ୍ରାମରେ ଶୁଦ୍ଧ କାର୍ଯ୍ୟ ଚାଲିଥିବା ବେଳେ ଗ୍ରାମର କିଛି ମଦ୍ୟପ ଯୁବକ ମାନେ ସଂଘବଦ୍ଧ ଭାବେ ଜଣେ ୯୦ ବର୍ଷିୟ ବୃଦ୍ଧା ସ୍ୱର୍ଗତ ଇଶ୍ୱର ନାଇକଙ୍କ ସ୍ତ୍ରୀ ମହାଦେବୀ ନାଇକଙ୍କୁ ଧାରୁଆ ଅସ୍ତ୍ର ଓ ଶକ୍ତ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରୁ ପରିବାର ସମ୍ପର୍କୀୟ ମାନଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ପହଁଚିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ବୃଦ୍ଧା ମହାଦେବୀ ନାଇକଙ୍କୁ ପ୍ରାଥମିକ ଚିକିତ୍ସା କରି ଅବସ୍ଥା ଗୁରୁତର ଥିବା ଜଣାଇଥିଲେ । ତାଙ୍କର ମୃଣ୍ଡରେ ଶକ୍ତ ଆକ୍ରମଣ ଯୋଗୁଁ ପ୍ରବଳ ରକ୍ତ ସ୍ରାବ ଯୋଗୁଁ ସଂଜ୍ଞାହୀନ ଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ତାଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯିବା ନେଇ ପରାମର୍ଶ ଦେଇଥିଲେ । ପରିବାରର ଲୋକଙ୍କ ଜରିଆରେ ପୁଣି ୧୦୮ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ଯାଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ବୃଦ୍ଧାଙ୍କ ପରିବାର ପକ୍ଷରୁ ଧରାକୋଟ ଥାନାରେ ଲିଖିତ ଅଭୀଯୋଗ କରାଯାଇଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ବୃଦ୍ଧା ମହାଦେବୀ ନାଇକଙ୍କ ସମ୍ପର୍କୀୟ ଲୋକଙ୍କ ଶୁଦ୍ଧା କାର୍ଯ୍ୟ ଚାଲିଥିଲା । ମହାଦେବୀଙ୍କ ଦୂର ସମ୍ପର୍କିୟ ଗାଙ୍ଗପୁର ଗ୍ରାମରୁ କାଳିଆ ନାଇକ ଶୁଦ୍ଧ କାର୍ଯ୍ୟ ପାଇଁ ଜାହାଡା ଗ୍ରାମକୁ ଆସିଥିଲେ । ସେଠାରେ ମଦ୍ୟପ ଯୁବକ ମାନେ ସେମାନଙ୍କ ମଧ୍ୟରେ ମଦ୍ୟପାନ କରି ଭୋଜି କାର୍ଯ୍ୟରେ ହୋ ହଲ୍ଲା କରୁଥିବାରୁ କୁଣିଆ କାଳିଆ ନାଇକ କାହିିଁକି ଏମିତି ହେଉଛ ବୋଲି ପଚାରିଥିଲେ । ଏହି କଥାକୁ କେନ୍ଦ୍ର ଜାହାଡା ଗ୍ରାମର ଯୁଗଳ ନାଇକଙ୍କ ପୁତ୍ର ମୁସୁଲୁ ନାଇକ ଓ କାହ୍ନୁ ନାଇକ,ସତ୍ୟବାଦୀ ନାଇକଙ୍କ ପୁଅ ତୋଫାନ ନାଇକ,ଡୁବା ନାଇକଙ୍କ ପୁଅ ସତ୍ୟବାଦୀ ନାଇକ ପ୍ରମୁଖ ସଂଘବଦ୍ଧ ଭାବେ କୁଣିଆ କାଳିଆ ନାଇକକୁ ପିଟିବା ପାଇଁ ଗୋଡାଲାଇଥିଲେ । ଏହି ସମୟରେ ବୃଦ୍ଧା ମହାଦେବୀ ନାଇକ ସେମାନଙ୍କୁ ଅଟକାଇବାରୁ ସେମାନେ ସଂଘବଦ୍ଧା ଭାବେ ଆକ୍ରମଣ କରିଥିଲେ । ବୃଦ୍ଧା ମହାଦେବୀର ମୁଣ୍ଡରେ ଗଭିର ଆଘାତ ଲାଗିବା ସହିତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି ।