Thursday, November 12, 2026
Home ଆଞ୍ଚଳିକ ଧରାକୋଟ ବ୍ଲକରେ କଳାକାର ଚିହ୍ନଟ ଶିବିର

ଧରାକୋଟ ବ୍ଲକରେ କଳାକାର ଚିହ୍ନଟ ଶିବିର

75

ଧରାକୋଟ,୧୦/୧୧(ଜିଲ୍ଲା ଖବର) : ଧରାକୋଟ ବ୍ଲକ ପ୍ରଶାସନ ତରଫରୁ ଆଜି ବ୍ଲକ୍ ସ୍ତରୀୟ କଳାକାର ଚିହ୍ନଟ ଶିବିର ବ୍ଲକ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବି ଡି ଓ ଡେନିସ ବେହେରା, ଏ ବି ଡି ଓ ସୁଶିଲ ପଟନାୟକ ,ବ୍ଲକ୍ କଳାକାର ସଂଘ ସଭାପତି ପଣ୍ଡିତ ସୁରେନ୍ଦ୍ର ନାଥ ଦାସ,କଲ୍ୟାଣ ଅଧିକାରୀ ଅନିଲ କୁମାର ପ୍ରଧାନ ଓ ସମାଜ ସୁରକ୍ଷା ଅଧିକାରୀ ସଚିନ କୁମାର ପାତ୍ର ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହିଥିଲେ। ବ୍ଲକ୍ ର ଅଠର ଗୋଟି ପଞ୍ଚାୟତର 115 ଜଣ କଳାକାର ଉପସ୍ଥିତ ରହିଥିଲେ ।ସେମାନଙ୍କ ପ୍ରମାଣ ପାତ୍ର ଯାଞ୍ଚ କରାଯିବା ପରେ ଦାସ କାଠିଆ,ଭାରତ ଲୀଳା,ରାଧା ପ୍ରେମ ଲୀଳା, ଗାହାଣି,ରାଜା ନୃତ୍ୟ ସହ କଳାକାର ମାନେ ସଙ୍ଗୀତ ପରିବେଷଣ କରିଥିଲେ ।ଏହି ଅବସରରେ ଭତା ପାଉଥିବା ହିତାଧିକାରୀଙ୍କ ଜୀବନ ପ୍ରମାଣ ପାତ୍ର ଯାଞ୍ଚ କରାଯାଇଥିଲା । 50 ବର୍ଷ ରୁ ଅଧିକ ବୟସର ବ୍ୟକ୍ତି ସରକାରଙ୍କର ଏହି କଳାକାର ଭତା ପାଇବା ପାଇଁ ଆବେଦନ କରିଥିଲେ । ଏହି ଶିବିରକୁ ସହାୟକ ଧୀରେନ୍ଦ୍ର କୁମାର ଗୌଡ଼ ଓ ବାବୁ ବେହେରା ସହାୟତା କରିଥିଲେ ।