ପୋଲିସ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

49

କଳାହାଣ୍ଡି,୧୦/୧୧(ଜିଲ୍ଲା ଖବର) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ୍ କର୍ଲାପାଟ ଗ୍ରାମ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାସ୍ ଜି ଙ୍କ ନିର୍ଦ୍ଦେଶ କ୍ରମେ ଥୁଆମୂଳ ରାମପୁର ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ମାଝୀ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଅରକ୍ଷୀ ଅଧିକ୍ଷକ (ଅପେରେସନ) ଶ୍ରୀ ହୃଷିକେଶ ବରାଳ, ସମ୍ମାନିତ ଅତିଥି ଭାବେ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ବିଘ୍ନେଶ୍ବର ରାଓ, କର୍ଲାପାଟ ପାଣ୍ତି ଅଧିକାରୀ ଶ୍ରୀ ଅଜୟ ନାଏକ, କର୍ଲାପାଟ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ବିଷ ମାଝୀ ପ୍ରମୁଖ ଯୋଗଦେଇଥିଲେ।ଏଥିରେ ଆଖପାଖ ଗ୍ରାମ ଯଥା ସଲପାଙ୍ଗ, କୁଆଙ୍ଗ, ପେରମଞ୍ଜି, ଭେଜିଗୁଡା ଗ୍ରାମ ଗୁଡିକର ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ। ଏହି ଅବସରେ ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କୁ ନେଇ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ଯକ୍ରମରେ ଘୁମୁରା, ସଂକୀର୍ତ୍ତନ ଭଳି ଅନ୍ଯାନ୍ଯ କଳା ପ୍ରଦର୍ଶନ କରିବା ସହିତ ଭଲିବଲ ପ୍ରତିଯୋଗିତା ମଧ୍ୟ ହୋଇଥିଲା। ଏଥିରେ ବିଜେତା ମାନଙ୍କୁ ଅତିଥି ଙ୍କ ଦ୍ବାରା ପୁରସ୍କାର ବିତରଣ ଓ ଅସହାୟ ବୃଦ୍ଧ,ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର, ମଶାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ କରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଦ୍ବାରା ଏକ ସ୍ବାସ୍ଥ୍ୟ କ୍ଯାମ୍ଫ କରାଯାଇ ରୋଗୀ ମାନଙ୍କୁ ଚିହ୍ନଟ କରି ମାଗଣାରେ ଔଷଧ ବଣ୍ଟନ କରିଥିଲେ। ତେବେ ଥୁଆମୂଳ ରାମପୁର ପୋଲିସର ଏହି ଭଳି ମହତ ଉଦ୍ଦେଶ୍ୟ ନେଇ ଏହି ଶିବିର ଆୟୋଜନ କରିଥିଲେ ସେ ନେଇ ଅଞ୍ଚଳର ଲୋକେ ସାଦୁବାଦ ଜଣାଇଥିବା ଜଣାପଡିଛି।