ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ରାଲି

34

ସୁବର୍ଣ୍ଣପୁର,୯/୧୧(ଜିଲ୍ଲା ଖବର) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ରାଲି ଆଜି ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ପକ୍ଷରୁ ପ୍ରବର୍ତ୍ତିତ ୧୭ ବର୍ଷରୁ ଅଧିକ ଯୋଗ୍ୟ ଯୁବକ-ଯୁବତୀଙ୍କୁ ନାଗରିକ ଯୋଗ୍ୟତା ପ୍ରଦାନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩କୁ ନେଇ ଏହି ଜନ ସଚେତନତା ରାଲି ସହର ପରିକ୍ରମା କରିଛି । ନୂତନ ଭୋଟର ପଞିକରଣ ପାଇଁ ନଭେମ୍ବର ୯ତାରିଖରୁ ଡିସେମ୍ବର ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଭିଯାନରେ ନାମ ପଞିକରଣ,ଭୋଟର ତାଲିକାରେ ଥିବା ତଥ୍ୟ ସଂଶୋଧନ ଓ ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସଂଯୋଗୀକରଣ କରିବାକୁ ଜନ ଜାଗରଣ ସୃଷ୍ଟି କରାଯାଇଛି । ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଆୟୋଜିତ ଏହି ରାଲିକୁ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ସବୁଜ ପତାକା ଦେଖାଇ ଉଦଘାଟନ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ,ନିର୍ବାଚନ ଅଧିକାରୀ ଯଶସ୍ବିନୀ ପୃଥାଳ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ବିନୀ ଭୋଇ ଉପସ୍ଥିତ ରହି ରାଲି ପରିଚାଳନା କରିଥିଲେ |