Wednesday, November 11, 2026
Home ଆଞ୍ଚଳିକ ଶାନ୍ତିଝରରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି

ଶାନ୍ତିଝରରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି

77

ଧରାକୋଟ,୯/୧୧(ଜିଲ୍ଲା ଖବର) : ଧରାକୋଟ ନିକଟସ୍ଥ ଶାନ୍ତିଝର ବା କଠୁଲିଆ ପୀଠରେ ପର୍ଯ୍ୟଟକଙ୍କ ଭିଡ଼ ଧୀରେ ଧୀରେ ଜମୁଛି ।ଧରାକୋଟ ରାଜବାଟି ପଛ ପଟେ ରହିଥିବା ଶୁଳିଆ ପାହାଡ଼ ଉପରେ ଥିବା ଡହନିି ଉପର ମୁଣ୍ଡରୁ ଉତ୍ପତ୍ତି ଲାଭ କରିଥିବା ଶାନ୍ତିଝର କୁଳୁ କୁଳୁ ନାଦରେ ତଳକୁ ବହି ଆସି ହନୁମାନ ବାଟିକା,ଗଡଚଣ୍ଡି ପରେ ଶାନ୍ତି କୁଣ୍ଡରେ ପଡ଼ି ତଳକୁ ବହି ଚାଲି ଋଷିକୁଲ୍ୟା ନଦୀ ରେ ମିଶିଛି । ଏକ ମନୋରମ ପ୍ରାକୃତିକ ପରିବେଶ ସାଙ୍ଗକୁ ଶିଶୁ ଉଦ୍ୟାନ ର ମଜା ନେବାପାଇଁ ଏଠାରେ ପ୍ରତ୍ୟହ ବଣ ଭୋଜି କରିବାପାଇଁ ବହୁ ଦୂର ଦୂରନ୍ତରୁ ଲୋକଙ୍କର ଭିଡ଼ ଜମୁଛି । ବ୍ରହ୍ମପୁର ଠାରୁ 50 କିମି,ଆସିକା ଠାରୁ 13 କିମି ଏବଂ ସୋରଡ଼ା ଠାରୁ 22 କିମି ଦୂରରେ ରହିଛି ଧରାକୋଟ ନିକଟସ୍ଥ ଶାନ୍ତିଝର ପୀଠ । ଧରାକୋଟ ଥାନା ଠାରୁ ମାତ୍ର ଏକ କିମି ଦୂରରେ ଅବସ୍ଥିତ ଏହି ସ୍ଥାନର ଗୁରୁତ୍ବ ଶୀତଋତୁରେ ବେଶ ବଢିଯାଏ । ଝରଣାର କୁଳୁକୁଳୁ ଶବ୍ଦ ସହ ପ୍ରକୃତିର ଅପରୂପ ଶୋଭା ରାଜି ଉପଭୋଗ ସହ ଶାନ୍ତି ପୂର୍ଣ୍ଣ ପରିବେଶ ପାଇଁ ଲଗୁଛି ଯେମିତି ଶାନ୍ତି ବାଣ୍ଟି ଚାଲିଛି ଶାନ୍ତିଝର । ଚଳିତ ବର୍ଷ ପାଗ ଅନୁକୂଳ ରହିଥିବାରୁ ଆସନ୍ତା ଜାନୁଆରୀ ମାସ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ବେଶ ଜମିବ ।ଏଣୁ ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦିଆଗଲେ ଏହାର ଗୁରୁତ୍ଵ ବେଶ ବଧନ୍ତା