Saturday, November 14, 2026
Home ଆଞ୍ଚଳିକ ବିପଦ ଜନକ ସ୍ଥିତିରେ ବନ୍ଦ ବିଦ୍ୟାଳୟ ପାଚେରୀ

ବିପଦ ଜନକ ସ୍ଥିତିରେ ବନ୍ଦ ବିଦ୍ୟାଳୟ ପାଚେରୀ

67

ଧରାକୋଟ,୮/୧୧(ଜିଲ୍ଲା ଖବର) :ସରକାର କମ ସଂଖ୍ୟକ ଛାତ୍ର ଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା ପରେ ନିକଟସ୍ଥ ବିଦ୍ୟାଳୟରେ ଏହାକୁ ମିଶାଇ ଦେଲେ । ସର୍ବ ଶିକ୍ଷା ଅଭିଯାନ, କଳାପଟା ଯୋଜନା ସହ ବିଦ୍ୟାଳୟ ଉନ୍ନୟନ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଦ୍ୟାଳୟ ଗୁଡ଼ିକ ବନ୍ଦ ହୋଇଯିବା ପରେ ତାହା ସଂପ୍ରତି ପରିତ୍ୟକ୍ତ ଅବସ୍ଥାରେ ରହିଛି। ଦୀର୍ଘ ଦିନ ହେଲା ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ କେଉଁଠି କାନ୍ଥ ଫାଟି ଆଁ କଲାଣି ତ କେଉଁଠି ଛାତ ଗଲିପଡିବା ଅବସ୍ଥାରେ ପହଞ୍ଚିଲାଣି । ବର୍ତମାନ ଶିକ୍ଷା ବିଭାଗ ଏହି ବନ୍ଦ କୋଠାକୁ ପଞ୍ଚାୟତ କୁ ହସ୍ତାନ୍ତର କରିବା ପରେ ନିଜର ଦାୟିତ୍ଵ ସରଳରେ ସମାପନ କରିଛି । ହେଲେ ବର୍ତ୍ତମାନ ଏହି ବିପଦ ସଙ୍କୁଳ କୋଠା ଗ୍ରାମବାସୀଙ୍କ ପାଇଁ ଚିନ୍ତା ଓ ଆତଙ୍କର କାରଣ ସାଜିଛି । ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ଜଗନ୍ନାଥ ପୁର ଶାସନ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ଗତ 1931ମସିହାରେ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଏ ଏଠାରେ ପାଠ ପଢୁଥିଲେ । ବିଦ୍ୟାଳୟ ବନ୍ଦ ପରେ ନିକଟସ୍ଥ ପଦ୍ମପୁର ବିଦ୍ୟାଳୟରେ ଏହା ମିଶିଛି । ଜଗନ୍ନାଥ ପୁର ଶାସନ ଗ୍ରାମର 28 ପିଲା ବର୍ତ୍ତମାନ ପଦ୍ମପୁରରେ ବିପଦ ଜନକ ସ୍ଥିତିରେ ବନ୍ଦ ବିଦ୍ୟାଳୟ ପାଚେରୀପଢ଼ୁଛନ୍ତୀ । ଏକ କିମି ଦୂର ବାଟ ଦେଇ ପିଲାଏ ପଦ୍ମପୁର ବିଦ୍ୟାଳୟ କୁ ପଢିବାକୁ ଯାଉଛନ୍ତି ।ଯାହାକି ଅଭିଭାବକ ମାନଙ୍କୁ ଚିନ୍ତାରେ ପକାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଶାସନ ଗ୍ରାମର ବିଦ୍ୟାଳୟ ପାଚେରୀ କାନ୍ଥ ବିପଦ ଜନକ ସ୍ଥିତିରେ ରହିଛି।ଏହା କେଉଁ ମୁହୂର୍ତ୍ତରେ କାହା ଉପରେ ଭୁଶୁଡ଼ି ପଡ଼ିବ ତାହା କହି ହେବ ନାହିଁ। କରଣ ପାଚେରୀ କୁ ଲାଗି ରହିଥିବା ରାସ୍ତାରେ ପ୍ରତିଦିନ ଗାଁ ଲୋକେ ନିଜର ଘର ସହ କ୍ଷେତକୁ ଯାଉଛନ୍ତି ନିଜର ଗୃହପାଳିତ ପଶୁ ମାନଙ୍କୁ ନେଇ। ଏଣୁ ଅଘଟଣ ଘଟିବା କିଛି ଆଶ୍ଚର୍ଯ୍ୟ ନୁହଁ। ଏବେ ଠାରୁ ସଜାଗ ନହେଲେ ଆଗକୁ ପରିସ୍ଥିତି ବିଗିଡ଼ିବା ଆଶଂକା ଦେଖାଦେଇଛି। ଏହା ଉପରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।