Saturday, November 14, 2026
Home ଆଞ୍ଚଳିକ ଭଡାଟିଆରେ ଚାଲିଛି ତାଳଚୁଆ ରାଜସ୍ୱ ବିଭାଗ

ଭଡାଟିଆରେ ଚାଲିଛି ତାଳଚୁଆ ରାଜସ୍ୱ ବିଭାଗ

50

ରାଜନଗର୮/୧୧(ଜିଲ୍ଲା ଖଵର) : ରାଜନଗର ତହସିଲି ଅଧିନସ୍ଥ ତାଳଚୁଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭଡାଟିଆ ହୋଇ କାର୍ଯ୍ୟାଳୟ ଚାଲୁଥିବାର ଦୃଶ୍ୟ ନଜରକୁ ଆସିଛି | ଅଫିସର ଙ୍କ ଅନୁପସ୍ଥିତ ରେ ଏହି କାର୍ଯ୍ୟାଳୟରେ ବେସରକାରୀ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଦିନ ଦି ପ୍ରହରେ କାର୍ଯ୍ୟାଳୟ ମଧ୍ୟରେ ନିଶା ସେବନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି | ସଦର ମହକୁମ ଠାରୁ ପ୍ରାୟ 40 କିଲୋମିଟର ଦୂରରେ ଅବସ୍ଥିତ ଏହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ କୁ ଲୋକମାନେ ଅନେକ ସମସ୍ୟା ନେଇ ଅସୁଥୁବା ବେଳେ ଏହି ମଦୁଆ ଭଡାଟିଆ କର୍ମଚାରୀଙ୍କ ଦୁର୍ବବାହାର ଶିକାର ହୁଅନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମତରଖିଛନ୍ତି | ଏହି କାର୍ଯ୍ୟାଳୟ ଅନେକ ସମୟ ବନ୍ଦ ରହୁଛି ବୋଲି ସ୍ଥାନୀୟ ବାସିନ୍ଦା ପ୍ରତିକ୍ରିୟା ରଖିଛନ୍ତି | ରାଜସ୍ବ ନିରୀକ୍ଷକଙ୍କ ଭଡାଟିଆ ଭାବେ କାମ କରୁଥିବା ଏହି ମଦୁଆ କର୍ମଚାରୀ କାର୍ଯ୍ୟାଳୟ ଭିତରେ ମଦ ଏବଂ ଗଂଜେଇ ସେବନ କରୁଛନ୍ତି ବୋଲି ସାଧାରଣ ଲୋକେ କହିଛନ୍ତି | ତେବେ ଏହି ସୁବ୍ରତ ମଣ୍ଡଳ ଙ୍କୁ କେଉଁ ଅଧିକାରରେ ରାଜସ୍ବ କାର୍ଯ୍ୟାଳୟର ଭାରା ଦେଉଛନ୍ତି ତାଳଚୁଆ ରାଜସ୍ୱ ନିରୀକ୍ଷକ ତାହା ରାଜସ୍ବ ବିଭାଗର ଅନିୟମିତତା କୁ ସାମ୍ନାକୁ ଆଣୁଥିବା ବେଳେ ସବୁ ଜାଣିବି କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ରାଜନଗର ତହସିଲଦାର ତାହା ବର୍ତମାନ ପ୍ରଶାସନର ପରିବା ପଣିଆ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି | ବେସରକାରୀ ଭାବେ କାର୍ଯ୍ୟ କରୁଥିବା ଏହି ମଦୁଆ କର୍ମଚାରୀ କୁ ବିଦା କରିବା ସହ ରାଜସ୍ୱ ନିରୀକ୍ଷକ ନିୟମିତ ଭାବେ କାର୍ଯ୍ୟାଳୟ ଆସନ୍ତୁ ବୋଲି ସାଧାରଣ ଲୋକେ ଦାବି କରିଛନ୍ତି |